Latest Odisha News

BREAKING NEWS

ଜାଣନ୍ତୁ, ନବୀନ ନିବାସରେ କ’ଣ ଖାଇଲେ ଅମିତ ଶାହ !

ଭୁବନେଶ୍ୱର: ଗୋଟିଏ ଟେବୁଲରେ ୪ଟି ଭିନ୍ନ ଭିନ୍ନ ରାଜନୈତିକ ଦଳର ହେଭିୱେଟ୍ ନେତା । ରାଜନୈତିକ ଛକାପଞ୍ଝାଠୁ ଦୂରରେ ରହି ଦେଶର ଏହି ପ୍ରମୁଖ ନେତାମାନେ ଗୋଟିଏ ଖାଇବା ଟେବୁଲରେ ଭୁରି ଭୋଜନ କରିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମଂତ୍ରଣ ରକ୍ଷା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଆ ପରଷା ଖାଇଛନ୍ତି ।

ନବୀନଙ୍କ ନିମଂତ୍ରଣ କ୍ରମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏବଂ ଓଡ଼ିଶାର ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମଧ୍ୟାହ୍ନ ଭୋଜନ ଲାଗି ନବୀନଙ୍କ ବାସଭବନ ନବୀନ ନିବାସରେ ଏକାଠି ହୋଇଥିଲେ ।

ନବୀନ ନିବାସରେ ଅନୁଷ୍ଠିତ ହୋଇଥିବା ଏହି ମଧ୍ୟାହ୍ନ ଭୋଜନରେ ଓଡ଼ିଆ ସୁସ୍ୱାଦୁ ତରକାରୀ ପରଷା ଯାଇଥିଲା ।

ବିଭିନ୍ନ ଓଡ଼ିଆ ତରକାରୀ ସହିତ ବାଇଗଣ ଭଜା, ଓଡ଼ିଆ ବେସର ମାଛ ତରକାରୀ, ରସମଲେଇ, ମଟର ଆଳୁ ତରକାରୀ, ଟମାଟୋ ଚଟଣୀ, ଛେନ୍ନା ତରକାରୀ, ଛେନାପୋଡ଼, ଭାତ, ରୁଟି, ପାମ୍ପଡ଼ ଏବଂ ବୁନ୍ଦି ମଧ୍ୟ ତିଆରି ହୋଇଥିଲା ।

ସବୁଠାରୁ ବଡ଼କଥା ହେଲେ ଓଡ଼ିଆ ପରମ୍ପରାରେ ଅତିଥିମାନଙ୍କୁ କଦଳୀପତ୍ରରେ ଅନ୍ନ ପରଷା ଯାଇଥାଏ । ନବୀନ ନିବାସରେ ମଧ୍ୟ ଏହି ସମସ୍ତ ନେତାମାନେ କଦଳୀପତ୍ରରେ ମଧ୍ୟାହ୍ନ ଭୋଜନ କରିବାକୁ ବେଶ୍ ପସନ୍ଦ କରିଥିଲେ ।

 

Leave A Reply

Your email address will not be published.