Latest Odisha News

ଦିଲ୍ଲୀ ହିଂସା: ୧୮ ବର୍ଷରେ ତୃତୀୟ ବଡ ସାମ୍ପ୍ରଦାୟିକ ଦଙ୍ଗା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ୧୮ ବର୍ଷ ମଧ୍ୟରେ ତୃତୀୟ ବଡ ସାମ୍ପ୍ରଦାୟିକ ଦଙ୍ଗା । ଏହା ପୂର୍ବରୁ ୨୦୧୩ରେ ଗୁଜରାଟର ଭଦୋଦରାରେ ଦରଗା ନେଇ ଦୁଇ ସାମ୍ପ୍ରଦାୟିକ ଗୋଷ୍ଠି ମଧ୍ୟରେ ବିବାଦ ଉପୁଜିଥିଲା । ଏଥିରେ ୬୨ ଲୋକ ପ୍ରାଣ ହରାଇଥିଲେ । ୨୦୧୭ରେ ହରିୟାଣାର ପଚଂକୂଳାରେ ଦୁଇ ଗୋଷ୍ଠୀ (ରାମ ରହିମ ସମର୍ଥକ ଓ ବିପକ୍ଷ) ମଧ୍ୟରେ ହିଂସା ଉପୁଜିଥିଲା ଏଥିରେ ୪୧ ଲୋକ ମରିଥିଲେ ।ଚଳିତ ଉତର-ପୂର୍ବ ଦିଲ୍ଳୀ ହିଂସାରେ ୪୨ ଲୋକଙ୍କ ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟିଛି । ସରକାରୀ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ୨୯୨୦ ଦଙ୍ଗା ହୋଇଛି ଏବଂ ୩୮୯ ଲୋକ ମୃତ୍ୟୁବରଣ କରିଛନ୍ତି ।

ସେହିପରି ୨୦୦୪ରୁ ୨୦୧୭ ମଧ୍ୟରେ ୧୦୩୩୯ ଦଙ୍ଗା ହୋଇଥିବା ବେଳେ ୧୬୦୫ ଲୋକ ମାରିଥିଲେ । ଓଭରାଲ ୨୦୦୪ରୁ ୨୦୧୭ ପର୍ଯ୍ୟନ୍ତ ୧୦୩୩୯ ଦଙ୍ଗା ହୋଇଛି ଏବଂ ୧୬୦୫ ଲୋକ ମରିଛନ୍ତି ।

Leave A Reply

Your email address will not be published.