Latest Odisha News

BREAKING NEWS

ଯୁକ୍ତ ଦୁଇ ପରୀକ୍ଷା: ମାର୍ଚ୍ଚ ୧ ସୁଦ୍ଧା ପହଂଚିବ ପ୍ରଶ୍ନପତ୍ର

ଭୁବନେଶ୍ୱର: ଆଉ ମାତ୍ର ୩ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା । ସେଥିପାଇଁ ମାର୍ଚ୍ଚ ୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ପରିଚାଳନା ହବ୍ କୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଂଚିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ଅଧିକାରୀ ବିଜୟ କୁମାର ସାହୁ କହିଛନ୍ତି, “ରାଜ୍ୟର ୨୦୨ଟି ପରୀକ୍ଷା ପରିଚାଳନା ହବ୍ କୁ ଫେବୃଆରୀ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରଶ୍ନପତ୍ର ପଠାଯିବ କାର୍ଯ୍ୟ ମାର୍ଚ୍ଚ ୧ ସୁଦ୍ଧା ସଂପୂର୍ଣ୍ଣ ହେବ । ହବ୍ ର ସୁପରଭାଇଜର ଓ ଡେପୁଟି ସୁପରଭାଇଜରଙ୍କୁ ଉପସ୍ଥିତ ରହି ପ୍ରଶ୍ନପତ୍ର ପ୍ୟାକେଟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶ୍ନପତ୍ର ପ୍ୟାକେଟ ଗ୍ରହଣ କରିବା ପ୍ରକ୍ରିୟା ସିସିଟିଭି କ୍ୟାମେରାରେ କଏଦ କରାଯିବ । ମାର୍ଚ୍ଚ ୧୧ରୁ ୧୭ ତାରିଖ ମଧ୍ୟରେ ପ୍ରାତଃ ସକାଳ ସମୟରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ପହଂଚିଯିବ ।

କପି ରୋକିବା ପାଇଁ ୫ ସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସେଣ୍ଟ୍ରାଲ ଓ ଜୋନାଲ ସ୍କ୍ୱାର୍ଡ ଗଠନ କରାଯାଇଛି । ଜିଲ୍ଲାସ୍ତରରେ ୩ଟି ସ୍କ୍ୱାର୍ଡ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଉ ଏକ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହା ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ତଦାରଖ କରିବେ ।”

Leave A Reply

Your email address will not be published.