Latest Odisha News

ଆଜି ଆସୁଛନ୍ତି ଅମିତ ଶାହ, ସୋନପୁର ସଭାରେ କରିବେ ଭୋଟଭିକ୍ଷା

ଭୁବନେଶ୍ୱର: ଆଜି ଓଡ଼ିଶା ଆସି ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେବେ ଶାହ । ଏଥର ଓଡ଼ିଶା ଦଖଲ ପାଇଁ ରାଜ୍ୟ ବିଜେପିକୁ ମନ୍ତ୍ର ଦେବା ସହ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ। ପ୍ରଚାର ପାଇଁ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି।

ରାଜ୍ୟ ସରକାରଙ୍କ ବିରୋଧରେ ଶାହ ବର୍ଷିବେ ନା ନିରବ ରହିବେ, ତା ଉପରେ ରହିଛି ନଜର । ଶାହ ଅପରାହ୍ନ ୩ଟାରେ ରାମେଶ୍ୱର ଷ୍ଟାଡିୟମଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ। ସୋନପୁରରେ ଆୟୋଜିତ ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟସ୍ତରୀୟ ଶୀର୍ଷ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ବିଜେପି କେମିତି ଅଧିକରୁ ଅଧିକ ଲୋକସଭା ଆସନ ଜିତିବ, ତା ଉପରେ ରହିବ ଶାହଙ୍କ ଫୋକସ୍ ।

୨୦୧୯ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିଥିଲା । ୫ ଲୋକସଭା ଆସନ ସହିତ ୮ ବିଧାନସଭା ହତେଇଥିଲା ବିଜେପି । ତେଣୁ ଏଥର ବି ପଶ୍ଚିମ ଓଡ଼ିଶାକୁ ଫୋକସ୍‌ କରିଛି ଦଳ । ସେଥିପାଇଁ ଅମିତ ଶାହ ପଶ୍ଚିମ ଓଡ଼ିଶାରୁ କ୍ୟାମ୍ପେନ୍‌ ଆରମ୍ଭ କରିବାକୁ ଯାଉଛନ୍ତି । ଶାହ ସୋନପୁର କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଆସିବେ। ଏଠାରେ ସେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ସହ ବୈଠକ କରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.