ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ନେଇ ସରକାର ଆଜି ପ୍ରଥମ ଥର ପାଇଁ ତଥ୍ୟ ସହ ମୁହଁ ଖୋଲିଛି । ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏ ନେଇ ସରକାର ପକ୍ଷରୁ ନିଆ ଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ କହିବା ସହ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ଆମେ ହୋଲି ପରେ ଏ ନେଇ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିଲୁ । ହିଂସାରେ ହିନ୍ଦୁ କିମ୍ବା ମୁସଲମାନ ନୁହେଁ ୫୨ ଭାରତୀୟଙ୍କ ମୃତୁ୍ୟ ଘଟିଛି । ୫୨୬ ଆହତ ଓ ୩୦୦ରୁ ଊଦ୍ଧ୍ୱର୍ ଘର ପୋଡା ଯାଇଛି । ଉତରପ୍ରଦେଶରୁ ୩୦୦ ଅପରାଧୀ ଦିଲ୍ଲୀରେ ପ୍ରବେଶ କରି ଅଶାନ୍ତି କରିଥିଲେ । ୬୦ ସୋସିଆଲ ମିଡିଆ ଆକଂଉଟ ୨୨ ଫେବୃୟାରୀରେ ତିଆରି ହୋଇଥିଲା ।
୨୬ରେ ଏହି ସବୁ ଆକାଂଉଟ ବନ୍ଦ ହୋଇଥିଲା । ୭୦୦ ରୁ ଊଦ୍ଧ୍ୱର୍ ଏଫଆଇଆର ରୁଜୂ କରାଯାଇଥିବା ବେଳେ ୨୬୪୭ ଲୋକ ଗିରଫ ହୋଇଛନ୍ତି । ଏହି ଅବସରରେ ସେ ଦିଲ୍ଲୀ ପୋଲିସର ଉଦ୍ୟମକୁ ପ୍ରଶଂସା କରିଥିଲେ । ୩୬ ଘଂଟା ମଧ୍ୟରେ ପୋଲିସ ଦଙ୍ଗା ଉପରେ କାବୁ ପାଇଥିଲା । ଏହି ଅବସରରେ ବିରୋଧୀକୁ ସମାଲୋଚନା କରିବା ସହ ଭାରତୀୟ ଇତିହାସର ୭୬ ପ୍ରତିଶତ ଦଙ୍ଗା କଂଗ୍ରେସ ସରକାର ବେଳେ ହୋଇଥିଲା ବୋଲି ଶାହ କହିଛନ୍ତି ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.