ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ନେଇ ସରକାର ଆଜି ପ୍ରଥମ ଥର ପାଇଁ ତଥ୍ୟ ସହ ମୁହଁ ଖୋଲିଛି । ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏ ନେଇ ସରକାର ପକ୍ଷରୁ ନିଆ ଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ କହିବା ସହ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ଆମେ ହୋଲି ପରେ ଏ ନେଇ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିଲୁ । ହିଂସାରେ ହିନ୍ଦୁ କିମ୍ବା ମୁସଲମାନ ନୁହେଁ ୫୨ ଭାରତୀୟଙ୍କ ମୃତୁ୍ୟ ଘଟିଛି । ୫୨୬ ଆହତ ଓ ୩୦୦ରୁ ଊଦ୍ଧ୍ୱର୍ ଘର ପୋଡା ଯାଇଛି । ଉତରପ୍ରଦେଶରୁ ୩୦୦ ଅପରାଧୀ ଦିଲ୍ଲୀରେ ପ୍ରବେଶ କରି ଅଶାନ୍ତି କରିଥିଲେ । ୬୦ ସୋସିଆଲ ମିଡିଆ ଆକଂଉଟ ୨୨ ଫେବୃୟାରୀରେ ତିଆରି ହୋଇଥିଲା ।
୨୬ରେ ଏହି ସବୁ ଆକାଂଉଟ ବନ୍ଦ ହୋଇଥିଲା । ୭୦୦ ରୁ ଊଦ୍ଧ୍ୱର୍ ଏଫଆଇଆର ରୁଜୂ କରାଯାଇଥିବା ବେଳେ ୨୬୪୭ ଲୋକ ଗିରଫ ହୋଇଛନ୍ତି । ଏହି ଅବସରରେ ସେ ଦିଲ୍ଲୀ ପୋଲିସର ଉଦ୍ୟମକୁ ପ୍ରଶଂସା କରିଥିଲେ । ୩୬ ଘଂଟା ମଧ୍ୟରେ ପୋଲିସ ଦଙ୍ଗା ଉପରେ କାବୁ ପାଇଥିଲା । ଏହି ଅବସରରେ ବିରୋଧୀକୁ ସମାଲୋଚନା କରିବା ସହ ଭାରତୀୟ ଇତିହାସର ୭୬ ପ୍ରତିଶତ ଦଙ୍ଗା କଂଗ୍ରେସ ସରକାର ବେଳେ ହୋଇଥିଲା ବୋଲି ଶାହ କହିଛନ୍ତି ।
BREAKING NEWS
- ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକଙ୍କ ପାଖରେ କୋଟିକୋଟି ସମ୍ପତି, ଗିରଫ କଲା ଭିଜିଲାନ୍ସ
- ମୁକେଶ ଅମ୍ବାନୀଙ୍କୁ କାହିଁକି ‘ପ୍ରଧାନମନ୍ତ୍ରୀ’ କହିଲେ ଏଲନ ମସ୍କ…
- CJPର ଆନ୍ଦୋଳନ ପୂର୍ବରୁ ବିମାନରୁ ଅଭିଜିତଙ୍କୁ ଟେକିନେଲା ପୋଲିସ
- ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାନାମା; ସୁନାମି ଆଲର୍ଟ ଜାରି…
- ମହଙ୍ଗା ପଡିଲା ସାପ ସହ ରିଲ୍ସ; ନାଗ ଚୋଟରେ ଗଲା ଯୁବକଙ୍କ ଜୀବନ
- ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍; ଆଉ ୩ ଗିରଫ
- ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…

Comments are closed.