Latest Odisha News

BREAKING NEWS

ମାତ୍ର ୬ ଘଣ୍ଟାରେ ଆସିବ RTPCR ଟେଷ୍ଟ ରିପୋର୍ଟ, ମୂଲ୍ୟ ୪୯୯ ଟଙ୍କା

ଏଣିକି ମାତ୍ର ୬ ଘଣ୍ଟାର ରେକର୍ଡ ସମୟରେ ଆସିବ ଆରଟିପିସିଆର ଟେଷ୍ଟ ରିପୋର୍ଟ । ଆଉ ଏଥିପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ମାତ୍ର ୪୯୯ ଟଙ୍କାରେ ହୋଇପାରିବ ଆରଟିପିସିଆର ଟେଷ୍ଟ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ଆଇସିଏମଆର ମୁଖ୍ୟାଳୟରେ ମୋବାଇଲ୍ ଲ୍ୟାବର ଏକ ସିରିଜ୍ ଆରମ୍ଭ କରିଛନ୍ତି । ଯାହାର ଦର ସବୁଠାରୁ ଶସ୍ତା ଓ କମ୍ ସମୟ ମଧ୍ୟରେ ଆରଟିପିସିଆର ଟେଷ୍ଟ କରାଯାଇପାରିବ । ଆରଟିପିସିଆର ଟେଷ୍ଟ ପାଇଁ କିଛି ରାଜ୍ୟରେ ୨୪୦୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି । ଏବେ ଲୋକେ ସୁଲଭ ମୂଲ୍ୟରେ କରୋନା ପରୀକ୍ଷା କରିପାରିବେ । ଆରଟିପିସିଆର ରିପୋର୍ଟ ଆସିବା ପାଇଁ ପୂର୍ବରୁ ୪୮ ଘଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାତ୍ର ୬ ଘଣ୍ଟାରେ ରିପୋର୍ଟ ଆସିପାରିବ ।

ସ୍ପାଇସ୍ ହେଲଥ୍,‌ ସ୍ପାଇସ୍ ଜେଟର ପ୍ରମୋଟରଙ୍କ ପଦକ୍ଷେପ ଏବଂ ସ୍ପାଇସ ହେଲଥ୍ ସିଇଓ ଅଭନୀ ସିଂହଙ୍କ ନେତୃତ୍ବରେ ଏହି ଆରଟିପିସିଆର ଟେଷ୍ଟକୁ ସହଜରେ ଉପଲବ୍ଧ କରାଇବା ପାଇଁ ସାରା ଦେଶରେ ପୋର୍ଟେବଲ ପରୀକ୍ଷା ସୁବିଧା କରାଯିବ । ପ୍ରଥମ ପର୍ଯ୍ୟାୟରେ ଏହିପରି ୨୦ଟି ଲ୍ୟାବେ ସ୍ଥାପନ କରିବାର ସମ୍ଭାବନା ରହିଛି । ପ୍ରତ୍ୟେକ ଲ୍ୟାବରେ ଗୋଟିଏ ଦିନରେ ୧୦୦୦ ପରୀକ୍ଷା କରାଯାଇପାରିବ ।

ପ୍ରଥମ ପର୍ଯ୍ୟାୟ ମୁଖ୍ୟତ ଦିଲ୍ଲୀ ପାଇଁ ଉଦ୍ଦିଷ୍ଟ । ଏହା ମୋବାଇଲ୍ ଲାବରୋଟାରୀ ହୋଇଥିବାରୁ ଏହାକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯିବ । ସଂକ୍ରମିତ ଲୋକଙ୍କ ସଂଖ୍ୟାକୁ ହ୍ରାସ କରିବା ପାଇଁ ଏହା ଚାହିଦା ଅନୁଯାୟୀ ଉପଲବ୍ଧ ହେବ ।

Leave A Reply

Your email address will not be published.