Latest Odisha News

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ବିରୋଧୀଙ୍କ ବୟକଟ; ଶାହ କହିଲେ ନିଜ ନିଜର ବିଚାରଧାରା, ଆମେ କିନ୍ତୁ ମସସ୍ତଙ୍କୁ ଡାକିଛୁ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବିରୋଧୀ ବୟକଟ୍ କରିବା ନେଇ ଘୋଷଣା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦର୍ଶିତା ପ୍ରମାଣ ବୋଲି ଶାହ କହିଛନ୍ତି। ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଲୋକାର୍ପିତ କରିବେ। ଏହାକୁ ତିଆରି କରିବାରେ ୬୦ ହଜାର ଶ୍ରମିକ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ସମ୍ମାନିତ କରିବେ ବୋଲି ଶାହ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଦ୍‌ଘଟାନୀ ଉତ୍ସବରେ ଏକ ପରମ୍ପରା ପୁନର୍ଜୀବିତ ହେବ। ଯାହାକୁ ତାମିଲ୍‌ରେ ସେଙ୍ଗୋଲ ବୋଲି କୁହାଯାଏ। ଏହାର ଅର୍ଥ ହେଲେ ସମ୍ପଦର ସମ୍ମନ୍ନ। ୧୪ ଅଗଷ୍ଟ ୧୯୪୭ରେ ଏକ ନୂଆ ଘଟଣା ହୋଇଥିଲା। ଏହାକୁ ୭୫ ବର୍ଷ ପୂରିଯାଇଥିଲେ ବି ଦେଶର ଅଧିକାଂଶ ନାଗରିକ ଏ ବିଷୟରେ ଜାଣି ନାହାନ୍ତି। ସଙ୍ଗୋଲ ଆମ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସଂଗୋଲ କ୍ଷମତା ହସ୍ତାନତରଣ ପ୍ରତୀକ ହୋଇଥିଲା। ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକଥା ଜଣାପଡ଼ିଲା ସେ ଏହାର ତଦନ୍ତ କରାଇଥିଲେ। ପରେ ଏହାକୁ ଲୋକଙ୍କ ସାମ୍ନାରେ ରଖିବା ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ନୂଆ ସାଂସଦ ଭବନର ଲୋକାର୍ପଣ ଦିନକୁ ହିଁ ଚୟନ କରାଯାଇଥିଲା ବୋଲି ଶାହ କହିଛନ୍ତି।
ସେହିପରି ବିରୋଧୀଙ୍କ ବୟକଟ୍‌କୁ ନେଇ ଶାହ କହିଛନ୍ତି ଯେ ରାଜନୀତି ନିଜ ଜାଗାରେ ଚାଲିଛି। ସମସ୍ତେ ନିଜ ନିଜ ଚିନ୍ତାଧାରା ଅନୁସାରେ ପ୍ରତିକ୍ରିୟା ଦିଅନ୍ତି କାମ ବି କରନ୍ତି। ସେ କହିଥିଲେ ଯେ ମୁଁ ସମସ୍ତଙ୍କୁ ଡାକିଛି। ତେବେ ଆମ ସମସ୍ତଙ୍କୁ ଡାକିଛୁ ବୋଲି ସେ କହିଛନ୍ତି।

Comments are closed.