Latest Odisha News

BREAKING NEWS

ଆଜିଠୁ ଭୁବନେଶ୍ୱର-ବାରଣାସୀ ଲାଗି ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ, ଜାଣନ୍ତୁ କେତେ ରହିଛି ଦାମ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ବାରଣାସୀ ଲାଗି ଇଣ୍ଡିଗୋ ବିମାନ ପକ୍ଷରୁ ଶନିବାର ଦିନ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଛି ।

ଏହାର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ଫେବୃଆରୀ ୨୯ ତାରିଖରେ ଏହି ବିମାନ ଯାତ୍ରା ଲାଗି ଦାମ୍ ୩୩୩୫ ଟଙ୍କା ରହିଛି ।

୭୨ ସିଟ୍ ବିଶିଷ୍ଟ ଏହି ବିମାନ ଉଡାଣ ଭୁବନେଶ୍ୱର ଏୟାରପୋର୍ଟରୁ ସକାଳ ୯ଟା ୪୫ମି. ଆରମ୍ଭ ହୋଇଥିବା ବେଳେ ବାରଣାସୀରେ ଦିନ ୧୧ଟା ୪୦ମି.ରେ ପହଞ୍ଚିବ ।

ସେହିପରି ଏହା ବାରଣାସୀରୁ ରାତି ୭ଟା ୩୫ମି. ରୁ ବାହାରି ଭୁବନେଶ୍ୱରରେ ରାତି ୯ଟା ୨୫ମି.ରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ “ଯେହେତୁ ବାରଣାସୀ ଦେଶର ସବୁଠୁ ବ୍ୟସ୍ତବହୁଳ ତଥା ଅଧିକ ସଂଖ୍ୟାରେ ଲୋକମାନେ ପର୍ଯ୍ୟଟନ ଭ୍ରମଣ ଲାଗି ଯାଆନ୍ତି, ସେ ଦୃଷ୍ଟିରୁ ଇଣ୍ଡିଗୋ ପକ୍ଷରୁ ଦୈନିକ ବାରଣାସୀକୁ ବିମାନ ଉଡାଣ ଦ୍ୱାରା ବହୁ ମାତ୍ରାରେ ଯାତ୍ରୀମାନେ ଗସ୍ତ କରିବେ” ବୋଲି ଭୁବନେଶ୍ୱର ସ୍ଥିତ ଟ୍ରାଭେଲ୍ ଲିଙ୍କ ପ୍ରତିଷ୍ଠାତା ବେଞ୍ଜାମିନ୍ ସିମନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.