Latest Odisha News

BREAKING NEWS

ଦୁଇ ଏନଏଚ ପ୍ରକଳ୍ପର ଉଦ୍‌ଘାଟନ କଲେ ଅମିତ ଶାହ-ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲୋକସେବା ଭବନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆୟାେଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କାମାକ୍ଷାନଗର-ଡୁବୁରୀ ୪ ଲେନ୍‌ ଏନ୍‌ଏଚ୍‌ର ଲୋକାର୍ପଣ କରି କେନ୍ଦ୍ର ମନ୍ତ୍ରୀ ଶାହ  ଏବଂମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ମଞ୍ଚରେ ଉଭୟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକାଠି ହୋଇଛନ୍ତି । ଉଭୟ ଏକାଠି ୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ।କାମାକ୍ଷାନଗର-ଡୁବୁରୀ ୪ ଲେନ୍‌ ଏନ୍‌ଏଚ୍‌ର ଲୋକାର୍ପଣ କରିବା ସହ ମୋଟେରରୁ ବାନେଇ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ।  ଏପରିକି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ନବୀନ ହାତ ଧରି ଏକାଠି ରିମୋର୍ଟରେ ଏହି ପ୍ରକଳ୍ପର ଉଦ୍‌ଘାଟନ କରିଥିବା ଦେଖିବାକୁ ମିଳିଥିଲା ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ରାଜମାର୍ଗ ପାଇଁ ବହୁ କାର୍ଯ୍ୟ କରିଛନ୍ତି  ।  ବିଗତ ୯ ବର୍ଷ ଭିତରେ ନକ୍ସଲବାଦକୁ ପୂରା ନିୟନ୍ତ୍ରଣ କରାଯାଇଛି । ରାଜ୍ୟରେ ବି ନକ୍ସଲ ଗତିବିଧି କମିଛି । ନକ୍ସଲ ମୁକାବିଲାରେ ଓଡ଼ିଶା ଆମକୁ ସର୍ବଦା ସମର୍ଥନ କରିଛି ବୋଲି କହିବା ସହ ଏ ନେଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ସରକାରକୁ ଧନ୍ୟବାଦ  ଜଣାଇଥିଲେ ।

ସେ ଆହୁରି କହିଥିଲେ, ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ କରିଥିଲେ ପ୍ରଧାନମନ୍ତ୍ରୀ  । ଏହି ଅବସରରେ ସାରା ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବଧାଇ  ଜଣାଇଥିଲେ ଅମିତ ଶାହ।

ଏହି କାର୍ଯ୍ୟକ୍ରମ ପରେ  ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକରେ ଯୋଗ ଦେଇ ପାରନ୍ତି  କେନ୍ଦ୍ର ଗୃହମନ୍ତ୍ରୀ । ନକ୍ସଲ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିପାରନ୍ତି ଶାହ ।   ତେବେ ଏ ନେଇ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଇ ନାହିଁ ।  ତେବେ ଆଜି  ଶାହ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ । ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏକ ରୁଦ୍ଧଦ୍ୱାର ବୈଠକରେ ଦଳୀୟ କାର୍ଯ୍ୟକର୍ତା ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଥାଉ କି, ଗତକାଲି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଭାରତୀୟ ଜନତା ପାର୍ଟିର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ ପ୍ରମୁଖ ପହଞ୍ଚି ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

କେନ୍ଦ୍ରମନ୍ତ୍ରୀଙ୍କ ଅଚାନକ ଓଡ଼ିଶା ଗସ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସିବା ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ କେନ୍ଦ୍ରରେ ଦିଲ୍ଲୀ ବିଲ  ଏବଂ ଅନସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ବିଜେଡି ସମର୍ଥନ ଦେଇଥିବାବେଳେ  କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ବସୁଛନ୍ତି ।

 

Leave A Reply

Your email address will not be published.