Latest Odisha News

୧୬ ମାସରେ ପ୍ରସବ ପାଇଁ ଆସିଥିବା ୮୦ ଗର୍ଭବତୀ HIV ପଜିଟିଭ ଚିହ୍ନଟ: ତଦନ୍ତ ନିର୍ଦ୍ଦେଶ

ମିରଟ: ଉତ୍ତରପ୍ରଦେଶର ମିରଟରେ ଥିବା ଲାଲା ଲଜପତ ରାୟ ହସ୍ପିଟାଲରେ ଗତ ୧୬ମାସରେ ୮୦ରୁ ଅଧିକ ମହିଳା ଏଚଆଇଭିରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି । ଯାହା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଗତକାଲି ସ୍ଵାସ୍ଥ୍ୟ ବିଭାଗର ଅଧିକାରିମାନେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସ୍ଥିତି ଉପରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଲଗାତାର ନଜର ରଖିଛି ।

ସୂଚନା ଅନୁସାରେ, ହସ୍ପିଟାଲରୁ ମିଳିଥିବା ଏଆରଟି ରିପୋ୍ର୍ରଟ ଅନୁସାରେ ଗତ ୧୬ ମାସ ମଧ୍ୟରେ ୮୦ ଗର୍ଭବତୀ ଏଚଆଇଭି ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୫ଜଣ ଗର୍ଭବତୀ ସନ୍ତାନ ଜନ୍ମ ମଧ୍ୟ କରିଛନ୍ତି । ଅଧିକାରୀଙ୍କ କହିବା କଥା ଯେ ସମସ୍ତ ମହିଳାଙ୍କ ଚିକିତ୍ସା ଜାରିରହିଛି । ସେମାନଙ୍କୁ ଔଷଧ ମଧ୍ୟ ଦିଆଯାଉଛି । ସମସ୍ତ ମହିଳା ଏବଂ ଶିଶୁ ସୁସ୍ଥ ଅଛନ୍ତି ।

ଏଆରଟି ରୋପୋର୍ଟ ଅନୁସାରେ, ୨୦୨୨-୨୩ ମସିହାରେ ପ୍ରସବ ସମୟରେ ଚେକଅପ କରିବାରୁ ୩୩ ନୂଆ କେସ୍ ଜଣାପଡ଼ିଥିଲା । ୨୦୨୩ ଜୁଲାଇ ମାସ ଭିତରେ ୧୩ ନୁଆ ମାମଲା ସାମ୍ନାକୁ ଆସିଥିଲା । ଏତଦବ୍ୟତିତ ୩୫ଜଣ ମହିଳା ପୂର୍ବରୁ ହିଁ ଏଚଆଇଭି ସଂକ୍ରମିତ ଥିଲେ । ସମସ୍ତ ମହିଳାଙ୍କର ହସ୍ପିଟାଲର ଏଆରଟି ବିଭାଗରେ ଚିକିତ୍ସା ଚାଲୁଛି । ସେମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ମଧ୍ୟ ସ୍ଥିର ରହିଛି । ଅନ୍ୟପଟେ ଜନ୍ମିତ ସମସ୍ତ ଶିଶୁଙ୍କର ୧୮ମାସ ପରେ ଏଚଆଇଭି ପରିକ୍ଷା କରାଯିବ ।

ସେପଟେ ହସ୍ପିଟାଲ ସିଏମଓ ଡ. ଅଖିଳେଶ ମୋହନ ପ୍ରସାଦ କହିଛନ୍ତି ଯେ, ଆମ ପାଖେ ସମସ୍ତ ସଂକ୍ରମିତ ମହିଳାଙ୍କ ବିବରଣୀ ନାହିଁ । ସେମାନେ କିପରି ଏଚଆଇଭି ସଂକ୍ରମିତ ହେଲେ ତାହା ଜାଣିବାକୁ ତଦନ୍ତ କରାଯିବ । ସେଥିପାଇଁ ଏକ କମିଟି ଗଠନ କରାଯାଇଛି ।

Leave A Reply

Your email address will not be published.