Latest Odisha News

BREAKING NEWS

ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେ ଶାହା

ଭୁବନେଶ୍ଵର: ଦୁଇ ଦିନିଆ ଓଡ଼ିଶା ଗସ୍ତର ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୨ ତାରିଖରେ ଆସିବେ ଅମିତ ଶାହ । ବିଭିନ୍ନ ସରକାରି ପ୍ରକଳ୍ପର ଶିଳାନ୍ୟାସରେ ଯୋଗ ଦେବେ ଗୃହ ମନ୍ତ୍ରୀ । ଏହା ସହ ଦଳୀୟ ନେତାଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଅନ୍ୟପକ୍ଷେ, ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସିବେ । ରାଷ୍ଟ୍ରପତି ୨୪ ତାରିଖ ଦିନ ମଧ୍ୟାନ ସାଢେ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ । ସେଠାରେ ପୂଜାଚ୍ଚନା କରିବା ପରେ ଅନ୍ୟ କାର୍ଯ୍ୟକ୍ରମ ଯୋଗଦେବେ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ନୟାଗଡ଼ ଜିଲ୍ଲାପାଳ ଓ ଏସପି ସ୍ଥିତି ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.