Latest Odisha News

ଫେବୃଆରୀ ୧୫ରେ ଅମିତ ଶାହଙ୍କ ସମ୍ବଲପୁର ଗସ୍ତ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଫେବୃଆରୀ ୧୫ ତାରିଖରେ ଏକ ଦିନିକିଆ ଓଡିଶା ଗସ୍ତରେ ଆସି ସମ୍ବଲପୁରରେ ଆୟୋଜିତ ଏକ ବୈଠକରେ ଯୋଗ ଦେବେ ।

ଏସମ୍ପର୍କରେ ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି “ରାଷ୍ଟ୍ରୀୟ ଅଧ୍ୟକ୍ଷ ତାଙ୍କର ଏହି ଗସ୍ତ ସମୟରେ ଢେଙ୍କାନାଳ, ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡ ଆଦି ଲୋକସଭା ନିର୍ବାଚନ ମଣ୍ଡଳୀର ୪ଟି ସାଙ୍ଗଠନିକ ବୈଠକରେ ଯୋଗ ଦେବେ । ଏହି ବୈଠକରେ ପାଖାପାଖି ୬୦ ହଜାରରୁ ଅଧିକ ବୁଥ୍ ସ୍ତରୀୟ ସଙ୍ଗଠକ ମାନେ ଯୋଗେ ଦେବାର କାର୍ଯ୍ୟକ୍ରମ ରହିଛି ।”

ଏହି ବୈଠକ ଅବସରରେ ଶାହ ବୁଥ୍ ସ୍ତରୀୟ ସଭାପତି, ସଚିବ, ମଣ୍ଡଳ ଇନଚାର୍ଜ ଓ ଓଡିଶା ପ୍ରଭାରୀଙ୍କ ସହ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିବେ ବୋଲି ଦଳୀୟ ସୁତ୍ରରୁ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ୩ୟ ଥର ଲାଗି ଅମିତ ଶାହା ଓଡିଶା ଗସ୍ତ କରିବେ । ପୂର୍ବରୁ ଜାନୁଆରୀ ୨୯ ତାରିଖରେ କଟକ ଜିଲ୍ଲା ସାଲେପୁର ବ୍ଲକର କୁଲିଆରେ ଆୟୋଜିତ ଏକ ସଭାରେ ଶାହା ଯୋଗ ଦେଇଥିଲେ । ସେହିପରି ଫେବୃଆରୀ ୩ ତାରିଖରେ ପୁରୀରେ ଆୟୋଜିତ ଜନଜାତି ରାଷ୍ଟ୍ରୀୟ ମୋର୍ଚ୍ଚା ସମ୍ମିଳନୀ ସମାବେଶରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.