Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର: ଫେବୃଆରୀ ୨୨ରେ ପୁରୀ ପହଞ୍ଚିବେ ଆମିକସ୍ କ୍ୟୁରି

ପୁରୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ଆମିକସ୍ କ୍ୟୁରି ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସୋଲିସିଟର୍ ରଞ୍ଜିତ କୁମାର ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ନେଇ ତଦାରଖ କରିବାକୁ ଆସନ୍ତା ଫେବୃଆରୀ ୨୨ ତାରିଖରେ ଏକ ଦୁଇଦିନିଆ ଗସ୍ତରେ ପୁରୀ ଆସୁଛନ୍ତି ।

ଆମିକସ୍ କ୍ୟୁରି ତାଙ୍କର ଏହି ୨ ଦିନିଆ ପୁରୀ ଗସ୍ତ ସମୟରେ ଅନ୍ୟତମ ବରିଷ୍ଠ ଆଇନଜୀବୀ ପ୍ରିୟା ହିଙ୍ଗୋରାନୀଙ୍କ ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ଏକ ବୈଠକରେ ଯୋଗ ଦେବେ । ଏତଦବ୍ୟତୀତ ସେ ମନ୍ଦିର ପରିଚାଳନା କମିଟି ଏବଂ ଦଇତାପତି ନିଯୋଗ ସହିତ ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ବୈଠକରେ ଆଲୋଚନା କରିବେ ।

ଆଲୋଚନା ମାଧ୍ୟମରେ ସମସ୍ତଙ୍କ ମତାମତା ଗ୍ରହଣ କରିବା ପରେ ସେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ସହିତ ଏହି ଚୂଡ଼ାନ୍ତ ରିପୋର୍ଟକୁ ଫେବୃଆରୀ ୨୭ ତାରିଖ ସୁଦ୍ଧା ଆପେକ୍ସ କୋର୍ଟରେ ଦାଖଲ କରିବେ ।

ଇତିମଧ୍ୟରେ, ବୁଧବାର ଦିନ ଶ୍ରୀମନ୍ଦିର ପରିସର ମଧ୍ୟରେ ଲଗାଯାଇଥିବା ଅଧିକାଂଶ ସିସିଟିଭି କ୍ୟାମେରା ଗୁଡ଼ିକ ଠିକ୍ ରୂପେ କାର୍ଯ୍ୟ କରୁନଥିବାର ଅଭିଯୋଗ କରି ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ଏହାବ୍ୟତୀତ ଧାଡ଼ି ଦର୍ଶନ ସମୟରେ ଶ୍ରଦ୍ଧାଳୁମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅଦାଲତ ଦୃଷ୍ଟିପାତ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଅଦାଲଟ ଗତବର୍ଷ ଜୁନ ୬ ତାରିଖରେ ଗୋପାଳ ସୁର୍ବମଣିୟମଙ୍କୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତ କରି ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆମିକସ୍ କ୍ୟୁରି ଏସମ୍ପର୍କରେ ପୁରୀର ଅନେକ ଗବେଷକ, ବୁଦ୍ଧିଜୀବୀ, ପୁରୀ ଜିଲ୍ଲା ଜଜ, ଶ୍ରୀମନ୍ଦିର ପ୍ରଶାସକ ତଥା ସେବାୟତମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବା ପରେ ସେ ତାହାକୁ ପ୍ରଦାନ କରିଥିଲେ ।

ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣିୟମଙ୍କ ଚୂଡ଼ାନ୍ତ ରିପୋର୍ଟ ଅନୁଯାୟୀ ନଭେମ୍ବର ୩୦ ତାରିଖ ଦିନ ଅଦାଲତ ଏକ ଶୁଣାଣି କରିବାର ରହିଥିଲା । ତେବେ ବ୍ୟକ୍ତିଗତ କାରଣରୁ ଏହି ପଦବୀରୁ ସୁବ୍ରମଣିୟମ ଓହରି ଯାଇଥିଲେ । ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨ୟ ସପ୍ତାହରେ ହେବାର ଅଦାଲତ ସ୍ଥିର କରିଥିଲେ ।

Leave A Reply

Your email address will not be published.