Latest Odisha News

BREAKING NEWS

ଅମିତାଭ ଅଭିନୀତ ସୁରଜ ବଡଜାତ୍ୟାଙ୍କ ଫିଲ୍ମର ଘୋଷଣା ହେଲା ନାମ

ମୁମ୍ବାଇ: ସରଜ ବଡଜାତ୍ୟା ମେଗାଷ୍ଟାର ଅମିତାଭ ବଚ୍ଚନ ଓ ବୋମନ ଈରାନୀଙ୍କୁ ନେଇ ଏକ ପାରିବାରିକ ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ଏହି ଫିଲ୍ମରେ ଅନୁପମ ଖେର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବ । ମୈନେ ପ୍ୟାର କିୟା, ହମ ଆପକେ ହେ କୌନ, ପ୍ରେମ ରତନ ଧନ ପାୟୋ ଭଳି ସୁପରହିଟ ପାରିବାରିକ ଫିଲ୍ମ କରିଥିବା ସୁରଜ ତାଙ୍କ ନୂତନ ଫିଲ୍ମର ନାମ ଉଚ୍ଚାଇ ରଖିଛନ୍ତି ।

ସେପ୍ଟେମ୍ବରରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ଅମିତାଭଙ୍କ ସହ ସୁରଜଙ୍କ ଏହା ପ୍ରଥମ ଫିଲ୍ମ । ମାନବିକ ଜୀବନର ମୂଲ୍ୟବୋଧ ଉପରେ ଫିଲ୍ମଟି ପର୍ଯ୍ୟବେଶିତ । ୪/୫ ମାସ ମଧ୍ୟରେ ଫିଲ୍ମର ଶୁଟିଂ ଶେଷ କରି ଏହାକୁ ୨୦୨୨ରେ ରିଲିଜ କରିବା ଯୋଜନା ରଖିଛନ୍ତି ସୁରଜ । ଅମିତାଭ ,ବୋମନ ଓ ଅନୁପମଙ୍କ ବନ୍ଧୁତ୍ୱ ଉପରେ ଏହି ଫିଲ୍ମଟି ଘୂରି ବୁଲୁଛି । ଅମିତାଭ ମଧ୍ୟ ଏହି ଫିଲ୍ମ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.