Latest Odisha News

BREAKING NEWS

ମନୀଷ ଖରବନ୍ଦା ହେଲେ ସିଆଇଆଇ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ

ଭୁବନେଶ୍ବର : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଗ୍ରୁପର ପରାମର୍ଶଦାତା (କର୍ପୋରେଟ ଓ ଲିଗାଲ୍ ବ୍ୟାପାର) ମନୀଷ ଖରବନ୍ଦା ସିଆଇଆଇ (ଓଡ଼ିଶା ଚାପ୍ଟର)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସିଆଇଆଇ (ଓଡ଼ିଶା ଚାପ୍ଟର)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ମନୀଷ ଖରବନ୍ଦା । ପୁରୀରେ ଗତକାଲି ଅନୁଷ୍ଠିତ ସିଆଇଆଇ ଓଡ଼ିଶା ଚାପ୍ଟରର କାଉନସିଲ ବୈଠକରେ ତାଙ୍କ ନାମ ଘୋଷଣା କରାଯାଇଛି । ସେହିପରି ନାଲକୋ ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶ୍ରୀଧର ପାତ୍ର ମଧ୍ୟ ସିଆଇଆଇ ଓଡ଼ିଶା ଚାପ୍ଟରର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ମନୀଷ ଖରବନ୍ଦା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସିଆଇଆଇ ଓଡ଼ିଶା ଚାପ୍ଟରର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ସେ ଏବେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ମାଇନ୍ସ ଆଣ୍ଡ ମିନେରାଲ୍ସ ବ୍ୟବସାୟ ଦେଖୁଛନ୍ତି ଏବଂ ଓଡ଼ିଶା ବ୍ୟାପାରର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

Leave A Reply

Your email address will not be published.