Latest Odisha News

ତୀବ୍ର ସମାଲୋଚନାର ଶିକାର ହେଲେ ମେଗାଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ନିଜ ଅଭିନୟ ତଥା ଅନନ୍ୟ ବ୍ୟକ୍ତିତ୍ୱ ପାଇଁ କୋଟିକୋଟି ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଫିଲ୍ମକୁ ବାଦ୍ ଦେଲେ ବିଜ୍ଞାପନ ଦୁନିଆରେ ମଧ୍ୟ ସେ ବେଶ ସକ୍ରିୟ । ହେଲେ ନିକଟରେ ଅମିତାଭ ବଚ୍ଚନ ଏମିତି ଏକ ବିଜ୍ଞାପନ କରିଛନ୍ତି, ଯାହାକୁ ନେଇ ଲୋକେ ତାଙ୍କୁ ତୀବ୍ର ସମାଲୋଚନା କରିବାକୁ ପଛାଇ ନାହାଁନ୍ତି ।

ନିକଟରେ ବିଗ୍ ବି କମଲା ପସନ୍ଦ ନାମକ ଏକ ଗୁଟୁଖା କମ୍ପାନୀର ବିଜ୍ଞାପନରେ ନଜର ଆସିଛନ୍ତି । ଏଥିରେ ରଣବୀର ସିଂ ମଧ୍ୟ ଅଭିନୟ କରିଛନ୍ତି । ହେଲେ ଏକ ଗୁଟୁଖା କମ୍ପାନୀର ବିଜ୍ଞାପନରେ ମେଗାଷ୍ଟାରଙ୍କ ଉପସ୍ଥିତିକୁ ତାଙ୍କ ଅଗଣିତ ଫ୍ୟାନମାନେ ପସନ୍ଦ କରିନାହାଁନ୍ତି । ଏଥିପାଇଁ ଅନେକ ଲୋକ ସୋସିଆଲ ମିଡିଆରେ ଅମିତାଭଙ୍କୁ ଟ୍ରୋଲ୍ କରିବାକୁ ପଛାଇନାହାଁନ୍ତି ।

ଅନେକ ଲୋକ ବିଭିନ୍ନ ଉଦ୍ଦେଶ୍ୟରେ ଅମିତାଭଙ୍କ ଏପରି ବିଜ୍ଞାପନକୁ ନାପସନ୍ଦ କରିଛନ୍ତି । ଜଣେ ବରିଷ୍ଠ ଅଭିନେତା ତଥା ପ୍ରେରଣାଦାୟକ ବ୍ୟକ୍ତିତ୍ୱ ଭାବେ ସମାଜକୁ କିପରି ଭୁଲ ବାର୍ତ୍ତା ଦେଉଛନ୍ତି ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି ।

ତାଜା ସ୍ଥିତିରେ ମେଗାଷ୍ଟାର କେବିସିର ହୋଷ୍ଟ ଭାବେ ନଜର ଆସୁଛନ୍ତି । ସୋସିଆଲ ମିଡିଆରେ ବି ତାଙ୍କର ବହୁଳ ମାତ୍ରାରେ ଫଲୋଅର୍ସ ଅଛନ୍ତି । ହେଲେ କମଲା ପସନ୍ଦ ଭଳି ଗୁଟୁଖା କମ୍ପାନୀର ପ୍ରଚାର ପ୍ରସାରରେ ବିଗ ବିଙ୍କ ଭୂମିକାକୁ ଅଧିକାଂଶ ଲୋକ ସହଜରେ ଗ୍ରହଣ କରିପାରିନାହାଁନ୍ତି ।

Leave A Reply

Your email address will not be published.