Latest Odisha News

BREAKING NEWS

ଅଭିନୟ ଦୁନିଆରେ ନୂଆ ଇନିଂସ ଆରମ୍ଭ କରିବେ ଶିଳ୍ପା ସେଟ୍ଟି କୁନ୍ଦ୍ରା

ମୁମ୍ବାଇ: ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ଓ ଡାନ୍ସିଂ ସୋ’ରୁ ତଡା ଖାଇବା ପରେ ଶିଳ୍ପା ଚର୍ଚ୍ଚାକୁ ଆସିଥିଲେ । ହେଲେ ଏବେ ପୁଣିଥରେ ଡାନ୍ସିଂ ରିଆଲିଟି ସୋ’ରେ କମ୍‌ବ୍ୟାକ୍ ଓ ଗଣେଶ ଚତୁର୍ଥୀ ସେଲିବ୍ରେସନ୍‌କୁ ନେଇ ସେ ମିଡିଆର ଲାଇମ୍ ଲାଇଟରେ ରହିଛନ୍ତି । ଆଗାମୀ ଦିନରେ ସେ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀ ସହ ଯୋଡି ହୋଇ ରହିବା ପାଇଁ ଶିଳ୍ପା କିଛି ଏପରି ନିଷ୍ପତ୍ତି ନେଇଛନ୍ତି । ଖାସ ସେଥିପାଇଁ ଏବେ ଶିଳ୍ପା ଫୁଲ୍ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ଏକ ଓଟିଟି ସିରିଜରେ ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ଶେଷଥର ପାଇଁ ଶିଳ୍ପାଙ୍କୁ ଫିଲ୍ମ ହଙ୍ଗାମା-୨ରେ ଦେଖିବାକୁ ମିଳିଥିଲା । ହେଲେ ଏହି ଫିଲ୍ମରେ ଶିଳ୍ପାଙ୍କ କିର୍ଦାର ଦର୍ଶକଙ୍କୁ ଏତେଟା ପ୍ରଭାବିତ କରିପାରିନଥିଲା । ଫିଲ୍ମଟି ମଧ୍ୟ ଡିଜିଟାଲ୍ ପ୍ରାଟଫର୍ମରେ ଆଭରେଜ ପରଫର୍ମାନ୍ସ ଦେଇଥିଲା । ତେବେ ଦେଖାଯାଉ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଗିରଫଦାରୀ ପରେ ଶିଳ୍ପା ନିଜକୁ ବ୍ୟସ୍ତ ରଖିବା ପାଇଁ ଆଉ କେତେ ପ୍ରକାର ପନ୍ଥା ଆପଣାଉଛନ୍ତି ।

Leave A Reply

Your email address will not be published.