Latest Odisha News

BREAKING NEWS

ଜାଣନ୍ତୁ; ଦୀପିକାଙ୍କ ବିରୋଧରେ କେଉଁ ଅଭିଯୋଗ ଆଣିଲେ ମେଗାଷ୍ଟାର ଅମିତାଭ

ମୁମ୍ବାଇ: ରିଆଲିଟି ସୋ’ “କୌନ ବନେଗୋ କରୋଡପତି”ର ସିଜିନ୍‌-୧୩ରେ କୌତୁକିଆ କଥା କହି ମେଗାଷ୍ଟାର ଅମିତାଭ ବଚ୍ଚନ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ଆଗାମୀ ଦିନରେ ସେଲିବ୍ରିଟି ଭାବେ ଦୀପିକା ପାଦୁକୋନ ଓ କୋରିଓଗ୍ରାଫର ତଥା ନିର୍ଦ୍ଦେଶିକା ଫରାହ ଖାନ ମଧ୍ୟ ସୋ’ରେ ସାମିଲ ହେବେ । ଏ ନେଇ ପ୍ରମୋସ୍ନାଲ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ହିଁ ମେଗାଷ୍ଟାର ଦୀପିକାଙ୍କ ବିରୋଧରେ ଆଣିଛନ୍ତି ଏକ ଭିନ୍ନ ଅଭିଯୋଗ ।

ଅମିତାଭଙ୍କ ଅନୁଯାୟୀ ସୁଟିଂ ସେଟ୍‌ରେ ଦୀପିକା ପ୍ରତି ୩ ମିନିଟ୍‌ରେ କିଛି ନା କିଛି ଖାଇଥାନ୍ତି । ହେଲେ କେବେ ହେଲେ ତାଙ୍କୁ ଖାଦ୍ୟ ଅଫର କରିନାହାଁନ୍ତି । ଏହି ଅଭିଯୋଗକୁ ନେଇ ଦୀପିକା ଚୁପ୍ ରହିବା ପରିବର୍ତ୍ତେ ଅମିତାଙ୍କ ସତ୍ୟତା ସାମ୍ନାକୁ ଆଣିଥିଲେ । ଦୀପିକାଙ୍କ ଅନୁଯାୟୀ ସୁଟିଂ ସେଟ୍‌ରେ ମେଗାଷ୍ଟାରଙ୍କୁ ଖାଦ୍ୟ ଅଫର୍ କରିବା ପୂର୍ବରୁ ହିଁ ସେ ତାଙ୍କ ଟିଫିନ୍ ବକ୍ସ ଖାଲି କରିଦେଇଥାନ୍ତି ।

ତେବେ କେବିସିର ଆଗାମୀ ଏପିସୋଡରେ ଦୀପିକାଙ୍କୁ ବାଦ୍ ଦେଲେ ଫରାହ ଖାନଙ୍କ ବିରୋଧରେ ବିରିଆନୀକୁ ନେଇ ମେଗାଷ୍ଟାରଙ୍କ ଅଭିଯୋଗ ଶୁଣିବାକୁ ମିଳିବ । ସେପ୍ଟେମ୍ବର ୧୦’ରେ ଗଣେଶ ଚତୁର୍ଥୀ ଅବସରରେ ରଙ୍ଗାରଙ୍ଗ ସଙ୍ଗୀତ କାର୍ଯ୍ୟକ୍ରମ ସହ ଦୁଇ ସେଲିବ୍ରିଟିଙ୍କ ସହ ମେଗାଷ୍ଟାର ମସ୍ତି ମଜାକ କରିବାରେ ନଜର ଆସିବେ ।

Leave A Reply

Your email address will not be published.