Latest Odisha News

BREAKING NEWS

ଲଂଚ ହେଲା ଅଜୟଙ୍କ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍‌, ମିଳିବ ନବାଗତଙ୍କୁ ସୁଯୋଗ

ମୁମ୍ବାଇ: ପ୍ରଥମେ ସହ-ନିର୍ଦ୍ଦେଶନା, ପରେ ଅଭିନେତାରୁ ପ୍ରଯୋଜକ ଓ ନିର୍ଦ୍ଦେଶକ ସାଜିଥିଲେ ବଲିଉଡ ଷ୍ଟାର ଅଜୟ ଦେବଗନ । ଏବେ ଆଉ ଏକ ପାଦ ଆଗେଇ ଲଂଚ କରିଛନ୍ତି ନିଜର ମ୍ୟୁଜ୍‌କ ପ୍ରଡକ୍ସନ ହାଉସ୍ ପନୋରାମା ଷ୍ଟୁଡିଓସ୍ । ଏହି ପ୍ରଡକ୍ସନ ହାଉସ୍ ଜରିଆରେ ସେ ନବାଗତଙ୍କୁ ସୁଯୋଗ ଦେବା ଲାଗି ଯୋଜନା କରିଛନ୍ତି ।

ଗତ ମଙ୍ଗଳବାର ଅଜୟ ଦେବଗନ ପନୋରମା ଷ୍ଟୁଡିଓସ୍‌କୁ ଲଂଚ କରିଥିଲେ । ଅଜୟଙ୍କ ଏହି ପ୍ରଡକ୍ସନ୍ ହାଉସ୍ ଖାସ କରି ଆଂଚଳିକ କଣ୍ଟେଣ୍ଟ ଉପରେ ଫୋକସ୍ କରିବ । ଯେଉଁଥିରେ ନବାଗତଙ୍କୁ ନେଇ ହିନ୍ଦୀ ଭଜନ, ସୁଫି ମ୍ୟୁଜିକ ଓ ଗଜଲ ପ୍ରସ୍ତୁତ ହେବ । ସଙ୍ଗୀତ ପ୍ରତି ଖାସ୍ ରୁଚି ରଖୁଥିବା ଅଜୟ ସଙ୍ଗୀତ ପରମ୍ପରାକୁ ବଜାୟ ରଖିବା ପାଇଁ କିଛି ଏପରି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏହି ପ୍ରଡକ୍ସନ୍ ହାଉସ୍ ରେଡ୍‌, ଓମ୍‌କାରା, ଖୁଦା ହାଫିଜ୍ ଓ ଦ୍ରିଶ୍ୟମ ଭଳି ଫିଲ୍ମ ପାଇଁ ସଙ୍ଗୀତ ପ୍ରସ୍ତୁତ କରିଥିଲା ।

Leave A Reply

Your email address will not be published.