Latest Odisha News

୩୨ ବର୍ଷ ପରେ ପୁନର୍ବାର ଏକତ୍ର ଅଭିନୟ କରିବେ ଅମିତାଭ, ରଜନୀକାନ୍ତ

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଜେଲର ଫିଲ୍ମ ଏବେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ୮ଦିନରେ ଏହା ସାରା ବିଶ୍ୱରେ ୪୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରିସାରିଛି । କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦୀର୍ଘ ୩୨ ବର୍ଷ ପରେ ଅମିତାଭ ବଚ୍ଚନ ଓ ରଜନୀକାନ୍ତ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ଦୁଇ ମେଗା ଷ୍ଟାରଙ୍କୁ ନେଇ ହେବାକୁ ଥିବା ଏହି ପ୍ରୋଜେକ୍ଟର ନାମ ଥାଲାଇଭର ୧୭୦ ରଖାଯାଇଛି । ଏଥିରେ ରଜନୀକାନ୍ତ ପୋଲିସ ଓ ଅମିତାଭ ଖଳନାୟକ ଭୂମିକା କରିବେ ବୋଲି ଜଣାପଡିଛି । ଫିଲ୍ମର ନିର୍ଦ୍ଦେଶନା ଟିଜେ ଜ୍ଞାନୱେଲ ଦେବେ ।

ଏହା ପୂର୍ବରୁ ଉଭୟ ଶେଷ ଥର ପାଇଁ ମୁକୁଲ ଆନନ୍ଦଙ୍କ ଫିଲ୍ମ ହମରେ ଏକତ୍ର ଅଭିନୟ କରିଥିଲେ । ଅମିତାଭ ତାଙ୍କ ପୁରୁଣା ବନ୍ଧୁଙ୍କ ସହ ଫିଲ୍ମ କରିବା ନେଇ ବେଶ ଉତ୍ସାହିତ ଅଛନ୍ତି । ଯଦି ସବୁ କିଛି ଯୋଜନା ମୁତାବକ ଚାଲେ ତେବେ ଚଳିତ ବର୍ଷ ସେପ୍ଟମ୍ବରରେ ଏହା ଫ୍ଲୋରକୁ ଯିବ । ଜେଲରର ମ୍ୟୁଜିକ ଡାଇରେକ୍ଟର ଅନିରୁଦ୍ଧ ଏହାର ସଙ୍ଗୀତ ଦେବେ । ପୂର୍ବରୁ ଅମିତାଭ କଲକ୍କି ୨୮୯୮ରେ କମଳା ହାସନଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି । ଏଥିରେ ପ୍ରଭାସ ଓ ଦୀପିକା ପାଦୁକୋନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।

Comments are closed.