Latest Odisha News

ଆଇପିଏଲର ଗତ ସଂସ୍କରଣରେ ବିସିସିଆଇ ଆୟ କରିଛି ୨୪୦୦ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗତ ବର୍ଷ ଆଇପିଏଲ ଆୟୋଜନ ମାଧ୍ୟମରେ ୨୪୦୦ କୋଟି ଟଙ୍କା ଆୟ କରିଛି । ବିସିସିଆଇ ୱେବସାଇଟରେ ୫ ବର୍ଷର ବାର୍ଷିକ ରିପୋର୍ଟ ଜାରୀ କରାଯାଇଛି । ୨୦୧୭ରୁ୨୨ ମଧ୍ୟରେ ବିସିସିଆଇ ୨୨ ହଜାର କୋଟି ଟଙ୍କା ଆୟ କରିଛି । ୨୦୨୨ ଆଇପିଏଲରେ ଓଭରାଲ ୬ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆୟ ହୋଇଥିଲେ ମଧ୍ୟ ୩୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ଯାଇଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି । ୨୦୦୮ରୁ ଆଇପିଏଲ ଆରମ୍ଭ ହୋଇଥିଲା । ଏହା ପରେ ମିଡିଆ ରାଇଟ୍ସ ବାବଦକୁ ଆୟୋଜକ ମୋଟା ଅଙ୍କର ଅର୍ଥ ଆୟ କରି ଆସୁଛି ।

ଟାଇଟଲ ସ୍ପନଶରଶିପ, ଫ୍ରାଂଚାଇଜ ଫିସରୁ ମଧ୍ୟ ଭଲ ଆୟ ହେଉଛି । ନିକଟରେ ୨୦୨୩ରୁ ୨୭ ପର୍ଯ୍ୟନ୍ତ ଆଇପିଏଲ ମିଡିଆ ରାଇଟ୍ସ ୪୮୩୯୦୫୨ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଟିମ ଇଣ୍ଡିଆ ଆଗକୁ ଭାରତରେ ହେବାକୁ ଥିବା ମ୍ୟାଚର ମିଡିଆ ରାଇଟ୍ସ ନିଲାମ କରିବା ପାଇଁ ଯୋଜନା କରିଛି । ୨୦୨୮ ପର୍ଯ୍ୟନ୍ତ ହେବାକୁ ଥିବା ୮୮ ମ୍ୟାଚ ପାଇଁ ଏହି ନିଲାମୀ ହେବ ।

Leave A Reply

Your email address will not be published.