Latest Odisha News

BREAKING NEWS

କିଶୋରଙ୍କ ସ୍ୱପ୍ନ ସାକାରରେ ଏଥର ଅନ୍ତରାୟ ହେବନି ଭିସା

ଭୁବନେଶ୍ୱର: ପ୍ରଥମ ଓଡିଆ ଆଥଲେଟ ଭାବେ କିଶୋର ଜେନା ବିଶ୍ୱ ଆଥଲେଟିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ମନରେ ଅନେକ ସ୍ୱପ୍ନ ସଜାଡିଥିଲେ । ମାତ୍ର ହଠାତ ଏହି ଆଶା ଭାଙ୍ଗିବା ଆଶଙ୍କା ସୃଷ୍ଟି କରିଥିଲା । ହଙ୍ଗେରୀର ଏମାସରେ ୧୯ରୁ ଆରମ୍ଭ ହେବ ଏହି ଚାମ୍ପିୟନଶିପ । ତାଙ୍କୁ ପ୍ରଦାନ କରାଯାଇଥିବା ଏକମାସର ହଙ୍ଗେରୀର ଭିସା ହଠାତ ବାତିଲ ହୋଇ ଯାଇଥିଲା । ବୁଧବାର ହଙ୍ଗେରୀ ଦୂତାବସ ଏହାକୁ ବାତିଲ କରି ଦେଇଥିଲେ । ଅଲିମ୍ପିକ ଚାମ୍ପିୟନ ତଥା କିଶୋରଙ୍କ ଆଦର୍ଶ ନୀରଜ ଚୋପ୍ରା ଏହା ଜାଣିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ସେ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗ ଉଠାଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ଶୁକ୍ରବାର କିଶୋରଙ୍କୁ ଭିସା କାଗଜପତ୍ର କାମ ସାରିବା ପାଇଁ କୁହାଯାଇଛି ।

BjdElectrycity

୧୯ରୁ ଚାମ୍ପିୟନଶିପ ଆରମ୍ଭ ହେଉଥିଲେ ମଧ୍ୟ ପୁରୁଷ ଜାଭେଲିନ ପ୍ରତିଯୋଗିତା ୨୫ରୁ ହେବ । ଆରମ୍ଭ ସମୟ ପୂର୍ବରୁ ପଞ୍ଜିକରଣର ଆବଶ୍ୟକ ଥିବାରୁ ସେ ଖୁବ ଶୀଘ୍ର ବୁଡାପେଷ୍ଟ ବାହରିଯିବେ ବୋଲି କହିଛନ୍ତି । କିଶୋର କ୍ୱାଲିଫାଇଂ ମାର୍କ ଛୁଇଁ ପାରି ନ ଥିଲେ । ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ୩୬ ଜଣଙ୍କୁ ସୁଯୋଗ ମିଳିଥାଏ । ସେ ସମୟରେ କିଶୋର ୪୧ ନମ୍ବର ସ୍ଥାନରେ ଥିଲେ । ତେବେ ଲେବାନନ ଓ ଶ୍ରୀଲଙ୍କା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ସେ ଯୋଗ୍ୟତା ହାସଲ କରିଥିଲେ । ପ୍ରତ୍ୟେକ ଦେଶରୁ ଏଥିପାଇଁ ୩ଜଣଙ୍କୁ ସୁଯୋଗ ମିଳିଥାଏ । ନୀରଜ ୱାଇଲ୍ଡ କାର୍ଡ ପାଇଥିବାରୁ ଭାରତରୁ ଏଥର ୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଓଡିଶା କ୍ରୀଡା ଛାତ୍ରାବାସରେ ଭଲିବଲ ଖେଳାଳି ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ପରେ ଜାଭେଲିନ ଆଡେ ମୁହାଁଇଥିଲେ । ଏବେ ତାଙ୍କ ନିକଟରେ ସ୍ୱପ୍ନ ସାକାର କରିବା ସୁଯୋଗ ଉପନୀତ ହୋଇଛି ।

Leave A Reply

Your email address will not be published.