Latest Odisha News

BREAKING NEWS

କାହିଁକି ଏହି ମହିଳାଙ୍କୁ କ୍ଷମା ମାଗିଲେ ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। ନିକଟରେ ଅମିତାଭ ବଚ୍ଚନ ଜଣେ ମହିଳା ଟ୍ୱିଟର ଉପଭୋକ୍ତାଙ୍କୁ ତାଙ୍କର ଏକ ଟ୍ୱିଟ୍ ପାଇଁ କ୍ଷମା ମାଗିଛନ୍ତି।

ଅମିତାଭ ରବିବାର ଦିନ ଏକ କବିତା ପୋଷ୍ଟ କରିଥିଲେ। କିନ୍ତୁ, ଯେତେବେଳେ ଏହା ଜାଣିବାକୁ ପାଇଲେ ଯେ ଏହାର ଲେଖକ ହେଉଛନ୍ତି ଟ୍ୱିଟର ଉପଭୋକ୍ତା, ଅମିତାଭ ବିଳମ୍ବ ନକରି କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି- ତିଶା ଜୀ, ମୁଁ ଜାଣିବାକୁ ପାଇଲି ଯେ ମୁଁ ଟ୍ୱିଟ୍ କରିଥିବା ଗୋଟିଏ ଟ୍ୱିଟ୍ ହେଉଛି ତୁମର କବିତା। ମୁ କ୍ଷମା ମାଗୁଛି। ମୁଁ ଏହା ଜାଣି ନଥିଲି କେହି କେହି ଏହାକୁ ମୋ ଟ୍ୱିଟର କିମ୍ବା ହ୍ବାଟ୍‌ସ ଆପ୍‌କୁ ପଠାଇଛନ୍ତି। ମୋତେ ଏହା ଭଲ ଲାଗିଲା ସେଥିପାଇଁ ଏହାକୁ ଟ୍ୱିଟ୍ କରିଥିଲି। ମୁ ଦୁଃଖିତ।

Leave A Reply

Your email address will not be published.