Latest Odisha News

BREAKING NEWS

ଅମିତାଭଙ୍କ ସହ ଅଭିନୟ କରିବେ ଏହି ସାଉଥ୍ ସୁନ୍ଦରୀ

ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଆସନ୍ତା ବର୍ଷ ଏହି ଅଭିନେତ୍ରୀ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ବଲିଉଡରେ ପାଦ ଦେଉଦେଉ ତାଙ୍କ ହାତରେ ଦୁଇଦୁଇଟି ଅଫର ରହିଛି । ଉଭୟ ଦୁଇଟି ଫିଲ୍ମରେ ସେ ଦୁଇ ଜଣାଶୁଣା ଅଭିନେତାଙ୍କ ସହ ବଡ ପରଦାରେ ନଜର ଆସିବେ ।

BjdElectrycity

ପ୍ରଥମେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଫିଲ୍ମ ମିଶନ ମଜନୁରେ ସେ ଡେବ୍ୟୁ କରିବେ । ଏହି ଫଲ୍ମଟି ରିଲିଜ ନ ହେଉଣୁ ତାଙ୍କ ହାତରେ ଆଉ ଏକ ବଲିଉଡ ଫିଲ୍ମର ଅଫର ରହିଛି । ଅନ୍ୟ କେହି ନୁହେଁ ବରଂ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ସେ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମର ଟାଇଟଲ୍ ରହିଛି ଡେଡ୍‌ଲି । ଯାହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବିକାଶ ବେହେଲ୍ ।

ମିଳିଥିବା ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୨୦୨୧ରେ ଫିଲ୍ମ ଡେଡ୍‌ଲିର ସୁଟିଂ ଆରମ୍ଭ ହେବାକୁ ଯାଉଛି । ବାପ ଓ ଝିଅ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିବେ ଏକତା କାପୁର ଓ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ । ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ନୀନା ଗୁପ୍ତାଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Leave A Reply

Your email address will not be published.