ପତ୍ନୀ ଜୟାଙ୍କ ତାରିଫ୍ରେ ଏମିତି କହିଲେ ବିଗ୍ ବି
ମୁମ୍ବାଇ: କେବିସି ୧୩ର ହୋଷ୍ଟ ଅମିତାଭ ବଚ୍ଚନ ଏକ ଏପିସୋଡ୍ରେ ପତ୍ନୀ ଜୟା ବଚ୍ଚନଙ୍କ ବେଶ୍ ତାରିଫ୍ କରିଥିବା ଦେଖିବାକୁ ମିଳିଛି।
ହଟ୍ ସିଟ୍ରେ ଖେଳୁଥିବା ଜଣେ ପ୍ରତିଯୋଗୀଙ୍କ ମା’ଙ୍କ ନାମ ଶୁଣି ବିଗ୍ ବି ବେଶ୍ ଖୁସି ହୋଇଯାଇଥିଲେ ଏବଂ ଏହା ବେଶ୍ ସୁନ୍ଦର ନାଁ ବୋଲି କହିଥିଲେ।
ଯେତେବେଳେ ଅମିତାଭ ବଚ୍ଚନ ପ୍ରତିଯୋଗୀଙ୍କୁ ତାଙ୍କ ମାଙ୍କ ନାଁ ପଚାରିଥିଲେ ସେ ତାଙ୍କ ମା’ଙ୍କ ନାଁ ଜୟା ବୋଲି କହିଥିଲେ। ନାଁ ଶୁଣିବା ମାତ୍ରେ ଅମିତାଭ ବଚ୍ଚନ ଟିକେ ହସିଦେଇ ଏହାକୁ ବେଶ୍ ସୁନ୍ଦର ନାଁ ବୋଲି କହିଥିଲେ।
ଅମିତାଭ ୧୯୭୩ରେ ଜୟା ବଚ୍ଚନଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ଅଭିନେତା ଅଭିଷେକ ବଚ୍ଚନ ଏବଂ ଉଦ୍ୟୋଗୀ ତଥା ଲେଖିକା ଶ୍ୱେତା ବଚ୍ଚନ ନନ୍ଦା।
Comments are closed.