Latest Odisha News

କାନ୍ଦିଲେ ଅମିତାଭ ବଚ୍ଚନ, କାହିଁକି ଜାଣିଛନ୍ତି ?

ମୁମ୍ବାଇ: ବଲିଉଡ ମହାନାୟକଙ୍କ ଆଖିଲେ ଲୁହ । କାନ୍ଦି ପକାଇଲେ ଅମିତାଭ ବଚ୍ଚନ । ଲୁହକୁ ଅଟକାଇ ପାରିଲେ ନାହିଁ । ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ଅମିତାଭ ବଚ୍ଚନ । ଏହି ଖୁସିରେ ତାଙ୍କ ଆଖିରେ ଲୁହ ଆସିଗଲା ।

ଟ୍ୱିଟର ଓ ଇନଷ୍ଟାଗ୍ରାମରେ ଏକଥା ସେୟାର କରିଛନ୍ତି ଅମିତାଭ ବଚ୍ଚନ । ଲେଖିଛନ୍ତି, ‘ନାତୁଣୀ ଓ ବୋହୂଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଲୁହକୁ ମୁଁ ଅଟକାଇ ପାରିଲି ନାହିଁ । ପ୍ରଭୁ ଆପଣଙ୍କ କରୁଣା ଅପାର’ ।

ଐଶ୍ୱର୍ଯ୍ୟା ଓ ଆରାଧ୍ୟା ସୁସ୍ଥ ହୋଇ ନାନାବତୀ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ତେବେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଗତ ୧୧ ତାରିଖରେ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ମୁମ୍ବାଇ ନାନାବତୀ ହସ୍ପିଟାଲରେ ବାପା-ପୁଅଙ୍କୁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.