Latest Odisha News

BREAKING NEWS

ବିଗ୍ ବି ଅମିତାଭଙ୍କ ‘ଝାଡୁପୋଛା’!

ମୁମ୍ବାଇ: ଅମିତାଭ ବଚ୍ଚନ ଗୁରୁବାର ଦିନ କୋନ ବନେଗା କରୋରପତିର ଏକ ଏପିସୋଡରେ କହିଛନ୍ତି ଯେ ସେ ଲକଡାଉନ ସମୟରେ ଘର ପୋଛା ପୋଛି କରୁଥିଲେ।

ସୂଚନା ଅନୁଯାୟୀ ଶୋ’ରେ ଜଣେ ପ୍ରତିଯୋଗୀ ରୁନା ସାହା କହିଥିଲେ ଯେ ସେ ଲକଡାଉନରେ ଘରେ ଅନେକ କାମ କରିଛନ୍ତି ଜ୍ଝ ଏହା ପରେ ଶୋ’ର ଏକ୍ସପୋର୍ଟ ଗେଷ୍ଟ ରିଚା ଅନିରୁଦ ବିଗ୍ ବିଙ୍କୁ ପଚାରିଥିଲେ, ଆପଣ ଲକଡାଉନରେ ଘର କାମ କରିଛନ୍ତି କି?

ଯାହାର ଉତ୍ତରରେ ବିଗ୍ ବି କୁହନ୍ତି, ‘ଅବଶ୍ୟ … ମୁଁ ଝାଡୁପୋଛା ପରି କିଛି କାମ କରିଥିଲି ଜ୍ଝ ରୋଷେଇ କରିବା ଆସିଲାନି, କେବଳ ତାକୁ ଛାଡି ଆଉ ଯାହା ଘର କାମ କରିଛି।

ଆହୁରି ମଧ୍ୟ ରିଚା କହିଛନ୍ତି ଯେ ବିଗ୍ ବି ଶୁଣିବା ଯାହା ବିଶ୍ୱାସ କରିବା କଷ୍ଟକର ଜ୍ଝ ବିଗ୍ ବି କୁହନ୍ତି, ‘ଏହି କଥାକୁ ବିଶ୍ବାସ କରିହଉନି। ତାପରେ ଅମିତାଭ କହିଥିଲେ ହଁ ମୁଁ ଜାଣିଥିଲେ ତୁମେ ଏକଥା କହିବୁ ବୋଲି। ହେଲେ ମୁଁ ସତରେ କାମ କରିଛି।

“ଲକଡାଉନରେ ଘର କାମ କରିବା ପରେ ବୁଝିଲି ଯେ ହାଉସ୍ ହେଲ୍ପର ମୂଲ୍ୟ କ’ଣ” ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.