Latest Odisha News

ଏଭର୍‌ଗ୍ରୀନ୍‌ ଚଳଚ୍ଚିତ୍ର ‘କୁଛ୍‌‌ କୁଛ୍‌ ହୋତା ହୈ’ କୁ ପୂରିଲା ୨୨ ବର୍ଷ; ଫିଲ୍ମକୁ ନିଆରା ଢଙ୍ଗରେ ମନେ ପକାଇଲେ କାଜୋଲ

ମୁମ୍ବାଇ: ଆଜି ‘କୁଛ୍‌ କୁଛ୍‌ ହୋତା ହୈ’ ଚଳଚ୍ଚିତ୍ରକୁ ପୁରିଛି ୨୨ ବର୍ଷ। ଫିଲ୍ମ ରିଲିଜ ହେବାର ୨୨ ବର୍ଷ ବିତିଗଲାଣି  ହେଲେ ଫିଲ୍ମର କ୍ରେଜ୍‌ ଏବେ ବି ଜାରି ରହିଛି। ଏହି ଚଳଚ୍ଚିତ୍ରଟି ୧୬ ଅକ୍ଟୋବର ୧୯୯୮ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କରଣ ଜୋହର। ଏହା ସେହି ବର୍ଷର ସୁପରହିଟ୍ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏହି ଚଳଚ୍ଚିତ୍ରକୁ ଆଜି ବି ଅନେକ ଲୋକ ଦେଖିବାକୁ ପସନ୍ଦ କରନ୍ତି।

ତେବେ  ‘କୁଛ୍‌ କୁଛ୍‌ ହୋତା ହୈ’ ର ୨୨ ବର୍ଷ ପୂରଣ ହେବା ଅବସରରେ ଫିଲ୍ମରେ ଅଞ୍ଜଳୀ ଭୂମିକା ନିଭେଇ ଥିବା ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ଏକ ବିଶେଷ ଢଙ୍ଗରେ ମନେ ପକାଇଛନ୍ତି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ଶାହରୁଖ ଖାନ୍, ରାନୀ ମୁଖାର୍ଜୀଙ୍କ ଏବଂ କାଜୋଲ।

‘କୁଛ୍‌ କୁଛ୍‌ ହୋତା ହୈ’ କୁ ମନେ ପକାଇ କାଜୋଲ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ସହ ଜଡିତ କିଛି ଚର୍ଚ୍ଚିତ ସଂଳାପର ଭିଡିଓ ସେୟାର କରିଛନ୍ତି। ଫିଲ୍ମ ‘ କୁଛ୍‌ କୁଛ୍‌ ହୋତା ହୈ’  ସହ ଜଡିତ କାଜୋଲଙ୍କ ତିନୋଟି ହୃଦୟସ୍ପର୍ଶୀ ଡାଏଲଗ୍‌ର ଏହି ତିନୋଟି ଭିଡିଓରେ ଶୁଣିବାକୁ ମିଳିଛି।

ପ୍ରଥମ ଭିଡିଓରେ କାଜୋଲ କାନ୍ଦି କାନ୍ଦି କହୁଛନ୍ତି ‘ମେରା ପେହେଲା ପ୍ୟାର୍‌ ଅଧୁରା ରହେ ଗ‌ୈୟା ରିଫତା ବି’। ଦ୍ୱିତୀୟ ଭିଡିଓରେ ଶୁଣିବାକୁ ମିଳିଛି,  ‘କୁଛ୍‌ କୁଛ୍‌ ହୋତା ହୈ ରାହୁଲ ତୁମ୍‌ ନହି ସମ୍‌ଝୋଗେ’ ତୃତୀୟ ଭିଡିଓରେ କାଲୋଜ କହିଛନ୍ତି, ‘ରାହୁଲ ଇଜ୍‌ ଏ ଚିଟର୍‌’। କାଜୋଲଙ୍କ ଏହି ତିନୋଟି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.