Latest Odisha News

BREAKING NEWS

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୭ ମହିଳାଙ୍କ ସମେତ ୨୭ ଗିରଫ

ମୋହନା: ଦେଢ଼ କୋଟିରୁ ଅଧିକ ତାଙ୍କର ଗଞ୍ଜେଇ ଜବତ। ୨୬ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ଗଜପତି ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୧ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି  ଆର. ଉଦୟଗିରି ଥାନା ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ ପରିମଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।  ୪ଟି ମିନି ଟ୍ରକରେ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ଜଣା ପଡ଼ିଛି ।

ଏହି ଚୋରା ଚାଲାଣରେ ସଂପୃକ୍ତ ୨୬ ଜଣକୁ ଗିରଫ କରିଛି ଆର. ଉଦୟଗିରି ଥାନା ପୋଲିସ୍। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୭ଜଣ ମହିଳା ଥିବା ଏସଡିପିଓ ସୂଚନା ଦେଇଛନ୍ତି । ପୋଲିସ ଅଧିକ ଖୋଳତାଡ ଜାରି ରଖିଛି । ଆଉ କେଉଁମାନେ ଏହି କାରବାରରେ ସାମିଲ ଅଛନ୍ତି ? ପୋଲିସ ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.