Latest Odisha News

କୋଭିଡ୍ ରିପୋର୍ଟ ନେଗେଟିଭ୍ ଖବରକୁ ମିଛ କହିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ଖବରକୁ ଖଣ୍ଡନ କରିଛନ୍ତି ଅମିତାଭ ବଚ୍ଚନ । ଏନେଇ ଟ୍ୱିଟ୍ କରିଛନ୍ତି ବିଗ ବି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଟ୍ୟାଗ୍ କରି ଅମିତାଭ ବଚ୍ଚନ ଖବରକୁ ଭୁଲ୍ ଓ ଦାୟିତ୍ୱହୀନତା ବୋଲି ଲେଖିଛନ୍ତି । ମିଥ୍ୟା ଓ ସାଂଘାତିକ ମିଛ ବୋଲି କହିଛନ୍ତି ବିଗ ବି ।

କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଅମିତାଭ ବଚ୍ଚନ ଏବେ ମୁମ୍ୱାଇ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଇଛନ୍ତି । ଗତ କିଛି ଦିନ ହେବ କରୋନା ସହ ଲଢୁଛନ୍ତି ବଲିଉଡ ମହାନାୟକ ।
ଆଜି ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଅମିତାଭ ବଚ୍ଚନଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ଆସିଛି ଓ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ଖବର ପ୍ରସାରିତ ହୋଇଥିଲା । ବିଗ୍ ବି ଟ୍ୱିଟ୍ କରି ଏଭଳି ମନଗଡ଼ା ଚର୍ଚ୍ଚା ଉପରେ ଯବନିକା ଟାଣିଛନ୍ତି ।

ଗତ ୧୧ ତାରିଖରେ କରୋନା ସଂକ୍ରମିତ ହୋଇଥିବା ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ ଅମିତାଭ ବଚ୍ଚନ । ପରେ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ଆସିଥିଲା । ସମସ୍ତେ ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

Comments are closed.