Latest Odisha News

ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କୁ ଜେରା କରିବ ମୁମ୍ବାଇ ପୋଲିସ !

ମୁମ୍ବାଇ: ଚଳିତବର୍ଷ ବଲିଉଡରେ ସତରେ ଯେମିତି ଅମାବାସ୍ୟାର ଗ୍ରହଣ ଲାଗିଛି । ପ୍ରଥମେ କିଛି ପୁରୁଖା କଳାକାରଙ୍କ ଦେହାନ୍ତ । ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଆତ୍ମହତ୍ୟା ଓ ହତ୍ୟାର ଚକ୍ରବ୍ୟୁହରେ ଘୁରିବୁଲୁଛି । ହେଲେ ଏବେ ଖବର ମିଳିଛି ପ୍ରିୟଙ୍କା ଓ ଦୀପିକାଙ୍କୁ ମୁମ୍ବାଇ ପୋଲିସ ଜେରା କରିବ ।

ଜାଣି ଆଶ୍ଚର୍ଯ୍ୟ ହେବେ ଫେକ୍ ସୋସିଆଲ ମିଡିଆ ଫଲୋଅର୍ସ ସ୍କାମ୍ ପାଇଁ ଏହି ଦୁଇ ସେଲିବ୍ରିଟି ଜେରାର ସାମ୍ନା କରିବେ । ଏହି ସ୍କାମରେ ଅନେକ ସ୍ପୋର୍ଟସ୍ ପର୍ସନାଲିଟି, ଅନ୍ତର୍ଜାତୀୟ କମ୍ପାନୀ ଓ ଉଦ୍ୟୋଗପତି ବି ସାମିଲ ଅଛନ୍ତି ।

ମୁମ୍ବାଇର ଜଏଣ୍ଟ କମିଶନର ଅଫ ପୋଲିସ ବିନୟ କୁମାର ଚୌବେଙ୍କ ଅନୁଯାୟୀ କ୍ରାଇମ୍ ବ୍ରାଂଚ ଓ ସାଇବର ସେଲର ରିପୋର୍ଟ ଅନୁଯାୟୀ ୧୭୬ଜଣ ହାଇ ପ୍ରୋଫାଇଲ ସେଲିବ୍ରିଟି ଟଙ୍କା ମାଧ୍ୟମରେ ସୋସିଆଲ ମିଡିଆରେ ନିଜ ଫଲୋଅର୍ସ ବଢାଇଛନ୍ତି । ଏହି ତାଲିକାରେ ପ୍ରିୟଙ୍କା ଚୋପ୍ରାଙ୍କ ୫୫ ମିଲିଅନ୍ ଫଲୋଅର୍ସ ଥିବାବେଳେ ଦୀପିକାଙ୍କର ଫଲୋଅର୍ସ ସଂଖ୍ୟା ରହିଛି ୫୦ ମିଲିଅନ ।

ଆଗାମୀ ଦିନରେ ପ୍ରିୟଙ୍କା ଚୋପ୍ରାଙ୍କୁ ରାଜକୁମାର ରାଓଙ୍କ ଅପୋଜିଟରେ ନେଟଫ୍ଲିକ୍ସ ଫିଲ୍ମ ହ୍ୱାଇଟ୍ ଟାଇଗରରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଛଡା ପ୍ରିୟଙ୍କାଙ୍କ ହାତରେ ସିଟାଡେଲ୍ ନାମକ ଏକ ଇଣ୍ଟରନ୍ୟାସନାଲ ୱେବ ସିରିଜ୍ ବି ରହିଛି । ଅନ୍ୟପକ୍ଷରେ ଦୀପିକାଙ୍କୁ କବୀର ଖାନଙ୍କ ଫିଲ୍ମ 83ରେ ଦେଖିବାକୁ ମିଳିବ । ଏଥିରେ ସେ ନିଜ ରିଅଲ ଲାଇଫ ପାର୍ଟନରଙ୍କ ସହ ଅନ୍‌ସ୍କ୍ରିନ୍‌ରେ ନଜର ଆସିବେ ।

Leave A Reply

Your email address will not be published.