Latest Odisha News

BREAKING NEWS

ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ (FIAF) ପୁରସ୍କାରରେ ସମ୍ମାନିତ ହେଲେ ବିଗ୍‌ ବି

ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ସମ୍ମାନଜନକ FIAF ପୁରସ୍କାରରେ ସମ୍ମାନିତ କରାଯାଇଛି। ମାର୍ଚ୍ଚ ୧୯ରେ ଶୁକ୍ରବାର ସନ୍ଧ୍ୟାରେ ଏକ ଭର୍ଚୁଆଲ୍ ଇଭେଣ୍ଟରେ ଅମିତାଭ ବଚ୍ଚନ ହଲିଉଡ ଚଳଚ୍ଚିତ୍ର ନିର୍ମାତା ମାର୍ଟିନ ସ୍କୋରସେ ଏବଂ ଖ୍ରୀଷ୍ଟୋଫର ନୋଲାନଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଏହି ପୁରସ୍କାର ପାଇଥିବା ଅମିତାଭ ବଚ୍ଚନ ହେଉଛନ୍ତି ପ୍ରଥମ ଭାରତୀୟ। କିନ୍ତୁ ତାଙ୍କ ପୁର୍ବରୁ କେହି ଏହି ସମ୍ମାନ ପାଇନାହାଁନ୍ତି। ପ୍ରତିବର୍ଷ FIAF କାର୍ଯ୍ୟକ୍ରମରେ, ଚଳଚ୍ଚିତ୍ର ଜଗତ ସହିତ ଜଡିତ ଲୋକଙ୍କୁ ସମ୍ମାନିତ କରାଯାଏ। ଯେଉଁମାନେ ଚଳଚ୍ଚିତ୍ର ସହିତ ଜଡିତ ଐତିହ୍ୟକୁ କୌଣସି ପ୍ରକାରେ ବଞ୍ଚାଇ ରଖିବାରେ ସାହାଯ୍ୟ କରନ୍ତି।

ଅମିତାଭ ବଚ୍ଚନ ତାଙ୍କର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ସେୟାର କରିଛନ୍ତି ଏବଂ ପ୍ରଶଂସକମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି। ଫଟୋ ସେୟାର କରି ଲେଖିଛନ୍ତି, ‘ମୋତେ ୨୦୨୧ FIAF ପୁରସ୍କାର ପ୍ରଦାନ କରାଯାଇଛି।

ଏହା ପାଇ ମୁଁ ବହୁତ ଗର୍ବ ଅନୁଭବ କରୁଛି। ସମାରୋହରେ ମୋତେ ପୁରସ୍କାର ପ୍ରଦାନ କରିଥିବାରୁ FIAF ଏବଂ ମାର୍ଟିନ ସ୍କୋରସେ ଏବଂ ଖ୍ରୀଷ୍ଟୋଫର ନୋଲାନଙ୍କୁ ଧନ୍ୟବାଦ। ଭାରତର ଚଳଚ୍ଚିତ୍ର ଐତିହ୍ୟକୁ ବଞ୍ଚାଇବା ପାଇଁ ଆମର ପ୍ରତିବଦ୍ଧତା ନିରନ୍ତର ଅଟେ।

Comments are closed.