Latest Odisha News

BREAKING NEWS

ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ…

ମୁମ୍ବାଇ : ‘ପ୍ରୋଜେକ୍ଟ କେ’ସୁଟିଂ ସମୟରେ ବିଗ୍‌ ବି ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ଆକ୍ସନ ସେଟର ସୁଟିଂ ବେଳେ ଅମିତାଭଙ୍କ ମାଂସପେଶୀରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଡାକ୍ତର ତାଙ୍କୁ ଡିସଚାର୍ଜ କରିଛନ୍ତି ।

ସୂଚନା ମୁତାବକ, ହାଇଦ୍ରାବାଦରେ ଏକ ଫିଲ୍ମର ସୁଟିଂ ଚାଲିଥିଲା । କାଳ୍ପନିକ ବିଜ୍ଞାନ କାହାଣୀକୁ ଆଧାର କରି ନିର୍ମାଣ କରାଯାଉଥିବା ଚଳଚ୍ଚିତ୍ର ‘ପ୍ରୋଜେକ୍ଟ୍‌ କେ’ରେ ଅମିତାଭ ବଚ୍ଚନ, ପ୍ରଭାସ ଏବଂ ଦୀପିକା ପାଦୁକୋନ୍‌ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଆକ୍ସନ ସୁଟିଂ ସମୟରେ ତାଙ୍କ ଡାହାଣ ପଟ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଛି। ସୁସ୍ଥ ହେବା ପାଇଁ ତାଙ୍କୁ ଦୁଇ ସପ୍ତାହ ଲାଗିବ।  ତେଣୁ, ଚଳଚ୍ଚିତ୍ର ସୁଟିଙ୍ଗ୍‌ ବାତିଲ କରାଯାଇଛି।

ଆହତ ହେବା ପରେ ଅମିତାଭ ଡାକ୍ତରଙ୍କ ପରାମର୍ଶକ୍ରମେ ହାଇଦ୍ରାବାଦସ୍ଥିତ ‘ଏଆଇଜି ହସ୍ପିଟାଲ୍‌’ରେ ‘ସିଟି’ ସ୍କାନ୍‌ କରାଇ ମୁମ୍ବାଇ ଫେରିଆସିଥିଲେ। ଆଘାତ ଭଲ ହେବାକୁ କିଛି ସପ୍ତାହ ଲାଗିବ। ସେଥିପାଇଁ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଅନେକ ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି ।

 

Comments are closed.