Latest Odisha News

ନିରାଶ ହୋଇପଡ଼ିଛନ୍ତି ଅମିତାଭ ବଚ୍ଚନ; ବୁଷ୍ଟର ଡୋଜ ପରେ ବି କୋଭିଡ ଆକ୍ରାନ୍ତ!

ଭୁବନେଶ୍ୱର: ନିରାଶ ହୋଇପଡ଼ିଛନ୍ତି ବିଗ ବି ଅମିତାଭ ବଚ୍ଚନ! କିଛି କଥାକୁ ନେଇ ଚିନ୍ତିତ ଅଛନ୍ତି ବୋଲି ସୋସିଆଲ ମିଡିଆରେ ବି ଆଲୋଚନା କରୁଛନ୍ତି । ତେବେ ବିଗ-ବି ଙ୍କ ନିରାଶ ହେବାର କାରଣ ହେଉଛି- ତାଙ୍କର କୋଭିଡ ପଜିଟିଭ ରିପୋର୍ଟ ।

ହଁ, ବିଗ-ବି ଗତ ୨୩ ତାରିଖରେ କୋଭିଡ ପଜିଟିଭ ହୋଇଛନ୍ତି। ତେବେ ମୂଳ କଥାଟି ହେଲା, ସେ ପୁଣି କୋଭିଡ ଆକ୍ରାନ୍ତ ହୋଇଛନ୍ତି ବୋଲି ଦୁଃଖ କରୁନାହାନ୍ତି । ନିରାଶ ଅଛନ୍ତି ଯେ, ସେ କୋଭିଡ ଟୀକା ଦୁଇଟି ଯାକ ଡୋଜ ସମୟରେ ନେଲେ। ପରେ ବୁଷ୍ଟର ଡୋଜ ବି ନେଲେ ।

ହଁ, ବିଗ-ବି ଏଇ କଥା ସୋସିଆଲ ସାଇଟ ଟମ୍ବଲରରେ ଲେଖିଛନ୍ତି । ସେ ମନ କଥା କହିବାକୁ ଯାଇ ଲେଖିଛନ୍ତି ଯେ, ଡବଲ ଡୋଜ୍, ବୁଷ୍ଟର ଡୋଜ୍ ନେଲା ପରେ ବି କୋଭିଡ ଜିତିଗଲା । ତାଙ୍କର ଆଶୁ ଆରୋଗ୍ୟ କାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

କିନ୍ତୁ କୋଭିଡ ଚକମା ଦେଇଦେଲା । ଆଉ କାମ ଦେଲାନି ଡବଲ ଡୋଜ୍ ସହ ବୁଷ୍ଟର । ଏହା ସହ ଅମିତାଭ ପ୍ରଫେସନାଲ ଟେନସନ ବିଷୟ ବି ଲେଖିଛନ୍ତି ।

ହଠାତ୍ ଏମିତି ଅସୁବିଧା ହେବା ଭାରି କଷ୍ଟକର । ବିଶେଷ କରି ଟିଭି ପ୍ରୋଗ୍ରାମ କରୁଥିବା ଲୋକ ତ ଭାରି ହଇରାଣ ବୋଲି କହିଛନ୍ତି ଅମିତାଭ । ଯେଉଁ ସମୟ ନଷ୍ଟ ହୋଇଗଲା, ତାକୁ ଆଡଜଷ୍ଟ କରିବା ଭାରି କଷ୍ଟକର। ଟିଭି ପ୍ରୋଗ୍ରାମରେ ତ ମାତ୍ରାଧିକ ସମୟ ଖାଏ । ସେ ସବୁକୁ ପୁଣି ମ୍ୟାନେଜ କଲା ବେଳକୁ ବି କଷ୍ଟ ହୋଇଯିବ ବୋଲି କହିଛନ୍ତି ଅମିତାଭ ।

ଚଳିତ ବର୍ଷ ଅମିତାଭ ତାଙ୍କ ପ୍ରଶଂସକଙ୍କ ପାଇଁ ଘେନି ଆସୁଛନ୍ତି ଆହୁରି ୭ଟି ସିନେମା । ସେଗୁଡ଼ିକ ହେଉଛି- ପ୍ରୋଜେକ୍ଟ କେ, ଉଞ୍ଚାଇ, ଦ ଇଣ୍ଟର୍ଣ୍ଣ, ବ୍ରହ୍ମାସ୍ତ୍ର, ଗୁଡ-ବାଏ, ତେରା ୟାର ହୁଁ ମେଁ ଆଉ ଗଣପତ। ତେବେ ଗଲା ସୋମବାର ବିଗ-ବି ଙ୍କୁ ସିଦ୍ଧାର୍ଥ ମ୍ୟୁଜିକର ଏକ ସିନେମା ପାଇଁ ଟ୍ୱିଟରରେ ଶୁଭେଚ୍ଛା ଦେଇଥିବା ଦେଖାଯାଇଛି ।

Leave A Reply

Your email address will not be published.