ଗୌରପ୍ରିୟା ଦାଶ
ଖୋଜିଥିଲି ମୁଁ ତମକୁ ସର୍ବତ୍ର
ହୋଇଥିଲି ତମ ପ୍ରତି ଈର୍ଷାତୁର…
ଯେତେବେଳେ ଦେଖିଥିଲି ମୋ ମା ଆଖିର
ଅମାନିଆ ଅଶ୍ରୁ ଝରଝର।
ମା କଣ୍ଠରୁ ଶୁଣୁଥିଲି ତମ ଜଣାଣ,
ଠିକ୍ ଏହି ଦିନ,
ଜଗମୋହନ….
ଯଦି ମୋ କୋଳେ ହୁଅନ୍ତ ଜନମ..
କୋଳେ ଧରି ତୋତେ କୁମର ମଣିରେ
ସଫଳ କରନ୍ତି ମୋର ଜୀବନ।
ମା’କୁ କିଏ ବା ଦେଖିପାରେ କାନ୍ଦିବାର
କିନ୍ତୁ ମା ମୋତେ ତମକୁ ଚିହ୍ନେଇବା ପରେ
ତମର ସତ୍ତାକୁ ଅନୁଭବ କରିବା ପରେ
ମୁଁ ବି ପଡ଼ିଲି ତମ ପ୍ରେମରେ
ତମ ନୀଳ ରଙ୍ଗର ସମ୍ମୋହନରେ
ପାଇଲି ତମକୁ ନୀଳ ଆକାଶରେ
ନୀଳ କଇଁରେ, ମୟୂର ଚନ୍ଦ୍ରିକାରେ।
ମୁଁ ବି ହୁଏ ଭାବାତୁର
ଦେଖି ତମ ବିଗ୍ରହ
ଗାଇ ତବ ଜଣାଣ…
ଏବେ କିନ୍ତୁ ନଖୋଜି
ତମକୁ ଅନୁଭବିଛି, ପ୍ରାପ୍ତ କରିଛି
ମୋ ନିଶ୍ଵାସରେ, ମୋ ବିଶ୍ଵାସରେ
ମୋ ଜୀବନର ପ୍ରତି ପାବଛରେ।