ମୁମ୍ବାଇ: ଖାଲି ପାଦରେ ପ୍ରଶଂସକଙ୍କୁ ଭେଟନ୍ତି ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନ । ଏହା ପଛର କାରଣ କ’ଣ ହୋଇପାରେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଙ୍କିଥାଏ । ଏହାକୁ ନେଇ କେହି ସ୍ପଷ୍ଟ ନ ଥିବା ବେଳେ ଏବେ ବିଗ୍ ବି ନିଜେ ଏହାର ଜବାବ ରଖିଛନ୍ତି ।
ବଲିଉଡର ବିଗ୍ ବି ଅମିତାଭଙ୍କ ଟିକେ ଝଲକ ପାଇବା ପାଇଁ ପ୍ରଶଂସକମାନେ ଚାତକ ପରି ଚାହିଁ ରହିିଥାନ୍ତି । ପ୍ରତି ରବିବାର ତାଙ୍କୁ ଦେଖିବା ପାଇଁ ତାଙ୍କ ଘର ଆଗରେ ପ୍ରଶଂସକଙ୍କ ଭିଡ଼ ଜମେ । ସେହିଦିନ ବିଗ୍ ବି ମଧ୍ୟ ବାହାରକୁ ଆସି ପ୍ରଶଂସକଙ୍କୁ ଦେଖା କରନ୍ତି । କିନ୍ତୁ ସବୁଠୁ ବଡ଼ କଥା, ପ୍ରଶଂସକଙ୍କୁ ଭେଟିବାକୁ ଆସିବା ବେଳେ ସେ ଖାଲି ପାଦରେ ଆସିଥାନ୍ତି । ସେ ଏପରି କାହିଁକି କରନ୍ତି ସେ ନେଇ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ବିଗ୍ ବି ।
ବିଗ୍ ବି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାଙ୍କ ଘର ଜଲସା ବାହାରେ ଠିଆ ହୋଇ ପ୍ରଶଂସକଙ୍କୁ ଭେଟୁଥିବା ନଜର ଆସିଛନ୍ତି । ଏହାର କ୍ୟାପସନରେ ଲେଖିଛନ୍ତି, ଅନେକ ପ୍ରଶଂସକ ମୋତେ ପଚାରନ୍ତି ଯେ, ଖାଲି ପାଦରେ ଆପଣ ପ୍ରଶଂସକଙ୍କୁ ଭେଟିବାକୁ କାହିଁକି ଆସନ୍ତି ? ଆପଣ ଭଗବାନଙ୍କୁ ଦର୍ଶନ କରିବାକୁ ମନ୍ଦିରକୁ ଖାଲି ପାଦରେ ଯାଇଥାନ୍ତି । ମୋତେ ଭେଟିବାକୁ ଆସୁଥିବା ମୋର ପ୍ରତ୍ୟେକ ପ୍ରଶଂସକ ମୋ ପାଇଁ ଗୋଟେ ଗୋଟେ ଭଗବାନ ସଦୃଶ । ତେଣୁ ମୁଁ ତାଙ୍କୁ ଖାଲି ପାଦରେ ଆସି ଭେଟିଥାଏ ।
Comments are closed.