Latest Odisha News

BREAKING NEWS

ନାତୁଣୀ ଆରାଧ୍ୟାଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଗ୍‌ ବି

ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ। ଆରାଧ୍ୟା ଏବେ ୯ ବର୍ଷର ହୋଇଯାଇଛନ୍ତି। ଆରାଧ୍ୟା ୨୦୧୧ ମସିହାରେ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ। ବେବି ଆରାଧ୍ୟାଙ୍କ ଜନ୍ମଦିନରେ ବଚ୍ଚନ ପରିବାର ସବୁଥର ଏକ ବଡ ପାର୍ଟିର ଆୟୋଜନ କରନ୍ତି, କିନ୍ତୁ ଏଥର କରୋନା ହେତୁ ଏଥର ସେଭଳି କୌଣସି ବଡ ପାର୍ଟୀର ଆୟୋଜନ ହେବ ନାହିଁ ବୋଲି ସୂଚନା ମିଳିଛି।

ତେବେ ଆରାଧ୍ୟାଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ବଚ୍ଚନ ପରିବାର ଘରେ ଜନ୍ମଦିନ ପାଳନ କରିବେ। ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଆରାଧ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏକ ନିଆରା ଢଙ୍ଗରେ ଆରାଧ୍ୟାଙ୍କ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଅମିତାଭ୍‌ ଆରାଧ୍ୟାଙ୍କ ଜନ୍ମଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତର ସବୁ ଫ‌ଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ଯେ ଆରାଧ୍ୟାଙ୍କର ଅଭିବୃଦ୍ଧି କିପରି ହୋଇଛି।

ଏହି ଫଟୋଗୁଡ଼ିକ ସେୟାର୍‌ କରି ଅମିତାଭ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ଆରାଧ୍ୟା .. ମୋର ସମସ୍ତ ପ୍ରେମ ଓ ସ୍ନେହ ତୁମକୁ। ଏହା ସହିତ, ବିଗ୍ ବି ଅନେକ ହାର୍ଟ ଏବଂ ରୋଜ୍‌ର ଇମୋଜି ସେୟାର୍‌ କରିଛନ୍ତି।

Comments are closed.