Latest Odisha News

BREAKING NEWS

ପରାଜୟକୁ ହଜମ କରି ପାରୁ ନାହାନ୍ତି ଟ୍ରମ୍ପ: କାଲି କହିଲେ ବାଇଡେନ୍ ଜିତିଛନ୍ତି, ଆଜି କହୁଛନ୍ତି ସେ ବିଜୟୀ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସହଜରେ ହଜମ କରି ପାରୁ ନାହାନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କେତେବେଳେ କଣ ସବୁ ଟ୍ୱିଟ୍ କରୁଛନ୍ତି । ଗତକାଲି ଜୋ ବାଇଡେନ୍ ନିର୍ବାଚନ ଜିତିଥିବା କହିଥିଲେ ଟ୍ରମ୍ପ । କିନ୍ତୁ ଭୋଟରେ ହେରଫେର ଅଭିଯୋଗ ଆଣିଥିଲେ । ଆଜି ପୁଣି ଟ୍ୱିଟ୍ କରି ସେ ନିର୍ବାଚନ ଜିତିଥିବା କହିଛନ୍ତି ।

ଆଜି ଟ୍ୱିଟ୍ କରି ଡୋନାଲ୍ଡ ଟ୍ରମ୍ପ ଲେଖିଛନ୍ତି, ସେ ନିର୍ବାଚନ ଜିତିଛନ୍ତି । ଜୋ ବାଇଡେନଙ୍କୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ବୋଲି ବିବେଚନା କରାଯାଉଛି । କିନ୍ତୁ ଏକଥାକୁ ମାନିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ । ଜୋ ବାଇଡେନଙ୍କୁ ୩୦୬ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କ ଖାତାରେ ପଡିଛି ୨୩୨ ଇଲେକ୍ଟୋରାଲ ଭୋଟ୍ ।

ଟ୍ରମ୍ପ ପେନସିଲଭାନିଆ, ଜର୍ଜିଆ, ନାୱେଡା, ମିସିଗନ, ଆରିଜୋନ ସମେତ ବହୁ ରାଜ୍ୟରେ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିଛନ୍ତି । ପୁଣି ଭୋଟ ଗଣତି ପାଇଁ ଦାବି କରୁଛନ୍ତି ଟ୍ରମ୍ପ । ଏବେ ବି ଗଣତି ଜାରି ରହିଛି ।

Leave A Reply

Your email address will not be published.