ନୂଆଦିଲ୍ଲୀ: କରୋନାଭାଇରସକୁ ନେଇ ଦେଶରେ ଚିନ୍ତାର ବାତାବରଣ ଲାଗି ରହିଛି । ଏହି ସମୟରେ ବିଗ ବି ଅମିତାଭ ବଚ୍ଚନ ଟ୍ୱିଟ କରି ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହାତରେ ‘ହୋମ କ୍ୱାରେଣ୍ଟାଇନ’ର ମୋହର ଲାଗିଛି ।
T 3473 – Stamping started on hands with voter ink, in Mumbai .. keep safe , be cautious , remain isolated if detected .. pic.twitter.com/t71b5ehZ2H
— Amitabh Bachchan (@SrBachchan) March 17, 2020
ଅମିତାଭ ବଚ୍ଚନଙ୍କ ଏହି ଟ୍ୱିଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସେ ନିଜ ପ୍ରଶଂସକଙ୍କୁ ପରାମର୍ଶ ଦେଇଛନ୍ତି କି, ମୁମ୍ବାଇରେ ମତଦାତା ସ୍ୟାହିରେ ହାତରେ ମୋହର ଲାଗିବା ଆରମ୍ଭ ହୋଇଯାଇଛି…ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ ଏବଂ ସଂକ୍ରମିତ ଥିବା ଜଣାପଡିଲେ ନିଜକୁ ପୃଥକ ରଖନ୍ତୁ । ଏଭଳି ଟ୍ୱିଟ ଜରିଆରେ ବଲିଉଡର ବିଗ୍ ବି ଲୋକଙ୍କୁ ସଚେତନ କରୁଛନ୍ତି ।
ତେବେ ଭାରତରେ ଏପର୍ଯ୍ୟନ୍ତ କରୋନାଭାଇରସ ଦ୍ୱାରା ୧୪୭ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ବ୍ୟତୀତ କରୋନା ଜନିତ ୩ଜଣଙ୍କ ମୃତ୍ୟୁ ହୋଇସାରିଛି ।
Comments are closed.