Latest Odisha News

BREAKING NEWS

ଜୁନ୍‌ରେ ରିଲିଜ କରିବ ବିଗ୍‌ ବିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ’

ନୂଆଦିଲ୍ଲୀ: ନାଗରାଜ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ଆଗାମୀ କ୍ରୀଡା ଚଳଚ୍ଚିତ୍ର ‘ଝୁଣ୍ଡ’ ଜୁନ୍ ୧୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

୭୮ ବର୍ଷୀୟ ଭେଟେରାନ୍ ତାରକା ଅର୍ଥାତ୍‌ ବିଗ୍‌ ବି ଟ୍ୱିଟରକୁ ଯାଇ ଏହାର ନୂଆ ରିଲିଜ୍ ତାରିଖ ସହିତ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଏହାସହିତ ଝୁଣ୍ଡ ୧୮ ଜୁନ୍ ରିଲିଜ୍ କରୁଛି ବୋଲି ବିଗ୍‌ ବି ଟ୍ୱିଟ୍ କରିଛନ୍ତି।

ନାଗପୁର ସ୍ଥିତ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବିଜୟ ବାରସେ ଭାବରେ ବଚ୍ଚନଙ୍କୁ ଏକ ଫୁଟବଲ ଅଭିଯାନ ଆରମ୍ଭ କରନ୍ତି। ଏହି ଫିଲ୍ମଟି ଗତ ବର୍ଷ ସେପ୍ଟେମ୍ବରରେ ରିଲିଜ ହେବାର ଥିଲା କିନ୍ତୁ କରୋନା ମହାମାରୀ କାରଣରୁ ଏହାର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।

 

Comments are closed.