Latest Odisha News

BREAKING NEWS

ଦିବଂଗତ ନେତା ଅମର ସିଂଙ୍କ ପରଲୋକରେ ଶୋକପ୍ରକାଶ କଲେ ବିଗ୍ ବି

ମୁମ୍ବାଇ: କରୋନା ଆକ୍ରାନ୍ତ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନ ଗତ କିଛି ଦିନ ହେଲା ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୋସିଆଲ ମିଡିଆରେ ତାଙ୍କର ଏକ ଭିନ୍ନ ଫଟୋ ଦେଖିବାକୁ ମିଳିଛି । ତାଙ୍କ ପୂର୍ବତନ ବନ୍ଧୁ ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଦେହାନ୍ତର କିଛି ସମୟ ପରେ ଏହା ପୋଷ୍ଟ ହୋଇଥିଲା ।

T 3612 – pic.twitter.com/znSkQa2Sl6


ଫଟୋରେ କୌଣସି କ୍ୟାପସନ ନ ଥିବା ବେଳେ ଅମିତାଭ ମୁଣ୍ଡ ତଳକୁ କରି ବସିଥିବା ଦେଖିବାକୁ ମିଳିଛି । ସବୁବେଳେ ଫଟୋରେ କ୍ୟାପସନ ଲେଖି ଆସୁଥିବା ଅମିତାଭଙ୍କ ଏପରି ପୋଷ୍ଟିଂ ଦୃଷ୍ଟି ଆକର୍ଷଣ କରୁଛି ।
ଅମିତାଭ ଓ ଅମରଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା । କିନ୍ତୁ ୨୦୧୬ରେ ରାଜନୀତିକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ।

ସୂଚନାଯୋଗ୍ୟ ଯେ, ବିଗ୍ ବି ଅମିତାଭ ଓ ଅଭିଷେକ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଏବେ ବି ହସ୍ପିଟାଲରେ ଅଚନ୍ତି । ସେପଟେ ଐଶ୍ୱର୍ଯ୍ୟା ରାୟ ଓ ଆରାଧ୍ୟାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନେ ଘରକୁ ଫେରିଆସିଛନ୍ତି ।

Leave A Reply

Your email address will not be published.