Latest Odisha News

BREAKING NEWS

ଅଭିନେତ୍ରୀ କଙ୍ଗନାଙ୍କ ଘର ବାହାରେ ଫୁଟିଲା ଗୁଳି

ମନାଲି: ଲକ୍‌ଡାଉନ ଯୋଗୁଁ ଅଭିନେତ୍ରୀ କଙ୍ଗନା ରନାୱତ ଏବେ ନିଜ ଘର ମନାଲିରେ ଥିବା ବେଳେ ଶୁକ୍ରବାର ରାତିରେ ତାଙ୍କ ଘର ବାହାରେ କେହି ଦୁର୍ବୁତ୍ତ ଗୁଳି ଫୁଟାଇଛନ୍ତି । ଏ ନେଇ କଙ୍ଗନା ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା । ବହୁ ତନାଘନା କରିଥିଲେ ମଧ୍ୟ ଗୁଳି ଫୁଟିବା ନେଇ କୌଣସି ସୁରାକ ମିଳି ନ ଥିଲା । କଙ୍ଗନାଙ୍କ କହିବା କଥା ତାଙ୍କୁ କେହି ଭୟଭୀତ କରିବା ପାଇଁ ଏପରି କରିଛନ୍ତି । ଏହି ଘଟଣା ପରେ ତାଙ୍କ ଘର ନିକଟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ଘଟଣା ପରେ କଙ୍ଗନା ବାରମ୍ବାର ମିଡିଆ ଆଗରେ ମୁହଁ ଖୋଲିଛନ୍ତି ।

କଙ୍ଗନାଙ୍କ କହିବା କଥା ସେ ତାଙ୍କ ବେଡରୁମରେ ଥିଲା ବେଳେ ପ୍ରଥମ ଗୁଳି ଫୁଟିଥିଲା । ପ୍ରଥମେ ସେ ଭାବିଥିଲେ କି ବାଣ ଫୁଟୁଛି । କିନ୍ତୁ ୮ ସେକେଣ୍ଡ ପରେ ପୁଣି ଥରେ ଗୁଳିଫୁଟିବାର ଶଦ୍ଦ ଆସିଥିଲା । ଏହା ପରେ ସେ ପୋଲିସକୁ ଖବର ଦେଇଥିଲେ ।

ଗତ ମାର୍ଚ୍ଚ ୧୭ ତାରିଖରେ କଙ୍ଗନା ନିଜ ଜନ୍ମ ଦିନ ପାଳନ କରିବାକୁ ତାଙ୍କ ପରିବାର ଲୋକେ ରହୁଥିବା ମନାଲି ସ୍ଥିତ ଘରକୁ ଯାଇଥିଲେ । ପରେ ପରେ ଲକଡାଉନ ହୋଇଯିବା କାରଣରୁ ସେ ସେଠାରେ ଅଛନ୍ତି ।

Leave A Reply

Your email address will not be published.