Latest Odisha News

ବିଗ୍ ବିଙ୍କ ଦ୍ୱିତୀୟ ଆଖି ଅପରେସନ୍, ଏହା ତାଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ଅନୁଭୂତି କହିଲେ ଅମିତାଭ 

ମୁମ୍ବାଇ: ଅମିତାଭଙ୍କ ଦ୍ୱିତୀୟ ଆଖି ଅପରେସନ୍ ହୋଇଛି । ସେ ଟ୍ୱିଟରରେ ଲେଖିଛନ୍ତି, ‘ଏହା ତାଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ଅନୁଭୂତି’ । 

ଅମିତାଭ ଲେଖିଛନ୍ତି, ‘ଅନ୍ୟଟି ମଧ୍ୟ ସଫଳ ହୋଇଛି । ଶୀଘ୍ର ଭଲ ହେଉଛି । ସବୁ କିଛି ଠିକ୍ ଅଛି । ଏହା ଏକ ଜୀବନ ପରିବର୍ତ୍ତନକାରୀ ଅନୁଭୂତି । ପୂର୍ବରୁ ଯାହା ଦେଖି ପାରୁନଥିଲି ତାହା ବର୍ତ୍ତମାନ ଦେଖିପାରୁଛି । ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟଜନକ ଦୁନିଆ ।‘ ଏଥିସହିତ ସେ ଡାକ୍ତରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଅମିତାଭ ବଚ୍ଚନ ଟୁଇଟ୍ କରି ଡାକ୍ତର ହିମାଂଶୁ ମେହେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେଇଛନ୍ତି । 

ଗତ ଫେବୃଆରୀରେ ଅମିତାଭ ବଚ୍ଚନଙ୍କର ଗୋଟିଏ  ଆଖି ସର୍ଜରୀ କରାଯାଇଥିଲା । ସୋସିଆଲ ମିଡିଆ ମାଧ୍ୟମରେ ସେ ଏହାର ସୂଚନା ଦେଇଥିଲେ । ସେ କହିଥିଲେ ସର୍ଜରୀ ପରେ ଠିକ୍ ହେବାର ଗତି ‘ଧୀର ଏବଂ କଷ୍ଟକର’ । ସେହି ସମୟରେ ସେ ଆଉ ଏକ ଆଖି ସର୍ଜରୀ ହେବାର ସୂଚନା ମଧ୍ୟ ଦେଇଥିଲେ । 

Leave A Reply

Your email address will not be published.