Latest Odisha News

BREAKING NEWS

୩୨ ବର୍ଷ ପରେ ଏକାଠି ନଜର ଆସିବେ ଅମିତାଭ-ରଜନୀକାନ୍ତ

ମୁମ୍ବାଇ: ଲମ୍ବା ସମୟ ବ୍ୟବଧାନରେ ପୁଣିଥରେ ସିଲିଭର ସ୍କ୍ରିନ୍ ଏକାଠି ନଜରକୁ ଆସୁଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଏହି ଉଭୟ ଭେଟରାନ ଅଭିନେତା ବଲିଉଡ ହେଉ ଅବା ସାଉଥ୍ ଫିଲ୍ମରେ ଏ ପର୍ଯ୍ୟନ୍ତ ଫ୍ୟାନ୍ ପପୁଲାର ହୋଇ ରହିଛନ୍ତି । ଅନେକ ନୂଆ ନୂଆ ଅଭିନେତା ଇଣ୍ଡଷ୍ଟ୍ରିଜ୍‌କୁ ଆସୁଥିଲେ ମଧ୍ୟ ସବୁବର୍ଗର ସିନେ ଦର୍ଶକଙ୍କ ଭିତରେ ଉଭୟଙ୍କ ଦବ୍‌ଦବା ଆଜି ଯାଏଁ ରହି ଆସୁଛି । ପୂର୍ବରୁ ଦୁହେଁ ଏକାଠି ‘ହମ’, ‘ଅନ୍ଧା କାନୁନ’ ଏବଂ ‘ଗିରଫଦାର’ ଆଦି ଫିଲ୍ମରେ ଏକାଠି ନଜରକୁ ଆସିଥିଲେ । ଏବେ ପୁଣିଥରେ ଉଭୟ ଏକାଠି ହେଉଥିବାରୁ ଏହା ଉଭୟ ହିନ୍ଦି ଫିଲ୍ମ ଫଲୋଅର୍ସ ଓ ସାଉଥ୍ ଫିଲ୍ମ କ୍ରେଜିଙ୍କୁ ଉତ୍ସାହିତ କରିଛି ।

ସୂଚନା ଅନୁସାରେ, ଏହି ଦୁଇ ବିଗ୍‌ଷ୍ଟାର ଖୁବ୍‌ଶୀଘ୍ର ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି । ୩୨ ବର୍ଷ ପରେ ଏକାଠି ନଜର ଆସିବେ ଏହି ଦୁଇ ସୁପରଷ୍ଟାର । ଫିଲ୍ମର ନାଁ ହେଉଛି ‘ଥଲାଇଭର ୧୭୦’ । ଏହି ଫିଲ୍ମରେ ବିଗ୍ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ । ସେହିଭଳି ରଜନୀକାନ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତିର୍ଣ୍ଣ ହେଉଛନ୍ତି । ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ।

Leave A Reply

Your email address will not be published.