Latest Odisha News

BREAKING NEWS

ପତଞ୍ଜଳି ଲେହେଙ୍ଗା: ଗଛ ଡ଼ାଳରେ ପ୍ରସ୍ତୁତ ଲେହେଙ୍ଗା ପିନ୍ଧି ଯୁବକ କଲେ ଡ଼୍ୟାନ୍ସ

ପୂର୍ବରୁ ସାଧାରଣତଃ ଲୋକମାନେ ପ୍ରତିଭା ଆଧାରରେ ପ୍ରସିଦ୍ଧ ହେଉଥିଲେ । କିନ୍ତୁ ଏବେ ସୋସିଆଲ ମିଡ଼ିଆ ହେଉଛି ବଡ଼ ପ୍ଲାଟଫର୍ମ, ଯେଉଁଠି ସାଧାରଣ ଲୋକଟିଏ ବି ରାତାରାତି ପ୍ରସିଦ୍ଧ ହୋଇପାରୁଛନ୍ତି । ଅନେକ ଲୋକ ସେମାନଙ୍କର ଅଜବ ଆଚରଣ ଯୋଗୁଁ ଭାଇରାଲ ହେଉଛନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ଗଛଡ଼ାଳକୁ ଲେହେଙ୍ଗା କରି ପିନ୍ଧିଛନ୍ତି ଓ ଡ଼୍ୟାନ୍ସ ବି କରୁଛନ୍ତି ।

ଯଦି ଆମେ ଅଦ୍ଭୁତ ଫ୍ୟାଶନ୍ ବିଷୟରେ କହିବା, ତେବେ ଅଭିନେତ୍ରୀ ଉର୍ଫି ଜାଭେଦ୍‌ଙ୍କ କଥା ମନକୁ ଆସେ । ତାଙ୍କର ସ୍ୱତନ୍ତ୍ର ପୋଷାକ ପରିଧାନକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ଅନେକ ଲୋକ ତାଙ୍କ ପୋଷାକ ପରିଧାନକୁ କପି କରି ଭିଡ଼ିଓ କରୁଛନ୍ତି । ନିକଟରେ ଜଣେ ଯୁବକ ତାଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । କିନ୍ତୁ ଏହି ଭିଡିଓ ତାଙ୍କ ନୃତ୍ୟ ବଦଳରେ ଗଛଡାଳରେ ସ୍କଟ୍ ହେତୁ ଅଧିକ ଭାଇରାଲ ହୋଇଛି ।

ଯୁବକ ଜଣକ ଭିଡିଓ ସେୟାର କରି କ୍ୟାପସନରେ ପତଞ୍ଜଳିର ଲେହେଙ୍ଗା ବୋଲି ଲେଖିଛନ୍ତି । ଲୋକମାନେ ଏହି ଭିଡିଓ ଦେଖିବା ପରେ ହସି ହସି ବେଦମ ହୋଇ ଯାଇଛନ୍ତି । ଅନେକ ଏହି ଭିଡ଼ିଓକୁ ନେଇ ମଜାଳିଆ ମନ୍ତବ୍ୟ ବି ଦେଇଛନ୍ତି ।

Leave A Reply

Your email address will not be published.