Latest Odisha News

BREAKING NEWS

ଅତି ଭୟଙ୍କର ରୂପ ନେଇ ସ୍ଥଳଭାଗ ମୁହାଁ ଅମ୍ଫାନ

ଭୁୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇ ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୩ କି.ମି. ବେଗରେ ଆଗକୁ ବଢ଼ିଚାଲିଛି ଅମ୍ଫାନ ।

ଭାରତୀୟ ପାଣିପାଗ ବିଭାଗର ତାଜା ବୁଲେଟିନ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟ ଏହି ଝଡ଼ ବର୍ତ୍ତମାନ ପାରାଦୀପଠାରୁ ୮୨୦ କି.ମି. ଦକ୍ଷିଣ, ଦୀଘାଠାରୁ ୯୮୦ କି.ମି ଦକ୍ଷିଣ-ଦକ୍ଷିଣ ପଶ୍ଚମ ଏବଂ ବାଂଲାଦେଶର କ୍ଷେପୁପରାଠାର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୧୦୯୦ କି.ମି. ଦୂରରେ ରହିଛି । ଆସନ୍ତା ୬ ଘଣ୍ଟା ଭିତରେ ଏହା ଅଧିକ କେନ୍ଦ୍ରୀଭୂତ ହେବ ।

ପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ୨୦ ତାରିଖ ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳର ଦୀଘା ଓ ହାତୀଆ ଦୀପ ମଝିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ଲାଣ୍ଡଫଲ ବେଳେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ।

Leave A Reply

Your email address will not be published.