Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୮-୦୫-୨୦୨୦ ସୋମବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମଇ ମାସ  ତା ୧୮ ରିଖ  ସୋମବାର ବୃଷ ୫ ଦିନ  ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଏକାଦଶୀ ତିଥି  ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର
ଘାତ ବାର :- ମିଥୁନ  ରାଶିର 
ଘାତ ଚନ୍ଦ୍ର : ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର 
ଆଜି: ଶିମ୍ବ  ଖାଇବା ନିଷେଧ
ମେଷ :-
 ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ । କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ମାଲିମକଦମାରେ  ବିଜୟ ଲାଭ କରିବେ ।
ବୃଷ :-
 ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ ।ଉପସ୍ଥିତ ବୁଦ୍ଧି ବଳରେ ବିପଦ ମୁକ୍ତ ହେବେ ।ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।ଯାତ୍ରାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।
ମିଥୁନ :- 
ବାଦାନୁବାଦ ଭିତରେ ଗତି କରିବେ ।ବନ୍ଧୁଙ୍କ ଅସହଯୋଗ ଆପଣଙ୍କୁ ଦୁଃଖ ଦେବ।ବାଣିଜ୍ୟ ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ଅମନ ଯୋଗି ହେବେ ।
କର୍କଟ :-
 ଅଯଥା ମାଲିମକଦମାରେ ଜଡିତ ହେବେ ।ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ହେବେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ।

 
 ସିଂହ :-
 ମାନସିକ ଶାନ୍ତି ମିଳିବ ।ଘରୋଇ ସମସ୍ଯାର  ସମାଧାନ ହୋଇଯିବ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ସାମାଜିକ ପ୍ରତିଷ୍ଠା ଲାଭ କରିବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ
କନ୍ୟା :-
 ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ ।ସଞ୍ଚିତ ଧନ ବ୍ଯୟ ହୋଇଯିବ ।ଚକ୍ଷୁ ବା ଛାତିରେ ଯନ୍ତ୍ରଣା ଅନୁଭବ କରିବେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ।ଉଦ୍ୟମରେ ବିଫଳ ହେବେ ।

ଅଧିକ ପଢନ୍ତୁ: ମହାନ ବିଦ୍ୱାନ ହୋଇଥିବା ସତ୍ୱେ କାହିଁକି ଘଟିଲା ରାବଣର ସର୍ବନାଶ !

ତୁଳା :-
ବିଳାସ ବ୍ଯସନରେ ଦିନଟି ଅତିବାହିତ କରିବେ ।ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ମିଳିବ ।ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ ।ଯାନବାହନ ଲାଭର ଯୋଗ ରହିଛି ।ସ୍ଵାଦିଷ୍ଟ ଭୋଜନ ମିଳିବ ।
ବିଛା :-
ଭଲ କରିବାକୁ ଯାଇ ଅସୁବିଧାରେ ପଡିବେ ।ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ନାହିଁ । 
ଧନୁ :-
କୌଶଳ ପ୍ରୟୋଗ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ ।ମହିଳାମାନେ ହସ ଖୁସିରେ ଦିନଟି ଅତିବାହିତ କରିବେ ।

ଅଧିକ ପଢନ୍ତୁ: ଶ୍ରୀଜଗନ୍ନାଥଙ୍କ ଦେହରେ ଶ୍ରୀରାମଙ୍କୁ ଦର୍ଶନ କଲେ ସନ୍ଥ ତୁଳସୀ

ମକର :-
ପ୍ରତେକ ପ୍ରତିଯୋଗିତାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ଦୂର  ଯାତ୍ରାର ଯୋଗ ରହିଛି ।ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ ।ଦୁସାହାସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ ।
କୁମ୍ଭ :-
ବିବାଦ ବିଷାଦ ମନକୁ ଭାରାକ୍ରାନ୍ତ କରାଇବ । ଆୟ ତୁଳନାରେ ବ୍ଯୟ ଅଧିକ କରାଇବ ।ମହିଳାମାନେ ନିଜ ପରିବାରର ଅପମାନିତ ସମାଲୋଚିତ ହେବେ ।ଆଶା କରୁଥିବା ଦିଗରୁ ନିରାଶ ହେବେ ।
ମୀନ:-
 ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିନ୍ତିତ ହେବେ ।ଲାଭ ପରିବର୍ତ୍ତେ କ୍ଷତି ହେବ ।ମାଲିମକଦମାରେ ଭୟ ରହିଛି ।ଶତୃମାନେ ଚକ୍ରାନ୍ତ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।
Leave A Reply

Your email address will not be published.