Latest Odisha News

ସାଂସଦ ନବନୀତ୍ ରାଣାଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀର ଲୋକସଭା ସାଂସଦ ନବନୀତ୍ ରାଣାଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ସୋସିଆଲ ମିଡିଆ ଆପ୍ ହ୍ୱାଟସ୍ ଆପରେ ମେସେଜ ଏବଂ ଅଡିଓ କ୍ଲିପ୍ ମାଧ୍ୟମରେ ତାଙ୍କୁ ଜୀବନରୁ ମାରିଦେବା ଧମକ ଦିଆଯାଇଛି। ପ୍ରକାଶ ଥାଉକି, ଅଭିଯୋଗ ପରେ ବୁଧବାର ପୋଲିସ ଏକ ମାମଲା ରୁଜୁ କରିଛି।

BjdElectrycity

ଉଲ୍ଲେଖଥାଉ କି, ଏହା ପ୍ରଥମ ଥର ନୁହେଁ ଯେ ନାବନୀତ୍ ରାଣାଙ୍କୁ ମୃତ୍ୟୁ ଧମକ ମିଳିଛି। ସେ ଏହାପୂର୍ବରୁ ଅଗଷ୍ଟ ୨୦୨୩ରେ ତାଙ୍କ ଫୋନରେ ଏପରି ମୃତ୍ୟୁ ଧମକ ପାଇଥିଲେ। ଏହା ପରେ ମହାରାଷ୍ଟ୍ର ପୋଲିସ ଭିଠଲ ରା ନାମକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ହନୁମାନ ଚଲିସା ବିବାଦ ହେତୁ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣା କିଛି ସମୟ ପୂର୍ବରୁ (୨୦୨୨ ମସିହାରେ) ଖବରର ଶିର୍ଷକୁ ଆସିଥିଲେ । ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ନବନୀତ୍ ରାଣା ମୁମ୍ବାଇରେ ବଢ଼ିଥିଲେ । ୨୦୦୪ ରେ, ତାଙ୍କୁ ଏକ କନ୍ନଡ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ବହୁ ପୂର୍ବରୁ ଇଂରାଜୀ ଖବରକାଗଜ ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ’କୁ ଦେଇଥିବା ଏକ ସାକ୍ଷାତକାରରେ ନବନୀତ୍ ରାଣା କହିଥିଲେ – ମୁଁ ବିଜୟକାନ୍ତ, ଜୁନିଅର ଏନଟିଆର ଏବଂ ମମୁତି ପରି ଜଣାଶୁଣା ଚଳଚ୍ଚିତ୍ର ଷ୍ଟାର ମାନଙ୍କ ସହିତ କାମ କରିଛି । ମୁଁ ୭ ଟି ଭାଷା ମଧ୍ୟ ଜାଣେ ।

କୁହାଯାଏ ଯେ ଯୋଗଗୁରୁ ବାବା ରାମଦେବଙ୍କୁ ଭେଟିବା ପରେ ତାଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିଥିଲା । ସେ ଅମରାବତୀରେ ଯୋଗ ଶିବିରରେ ରବି ରାଣାଙ୍କୁ ଭେଟିଥିଲେ ଏବଂ ରାମଦେବଙ୍କ ଅନୁମତି ପରେ ଉଭୟ ୨୦୧୧ ରେ ବିବାହ କରିଥିଲେ । ନବନୀତ୍ ରବି ରାଣା (୩୮) ଜଣେ ସ୍ନାତକ ଏବଂ ବୃତ୍ତି ଅନୁଯାୟୀ ନିଜକୁ ଜଣେ ସାମାଜିକ କର୍ମୀ ଏବଂ କୃଷକ ଭାବରେ ବର୍ଣ୍ଣନା କରନ୍ତି । ୨୦୧୯ ର ନିର୍ବାଚନ ଆଫିଡେଭିଟ୍ ଅନୁଯାୟୀ ତାଙ୍କର ସମ୍ପତ୍ତି ୧୨ କୋଟିରୁ ଅଧିକ ହୋଇଥିବାବେଳେ ତାଙ୍କ ବିରୋଧରେ ୧ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.