Latest Odisha News

ବିଜେଡି-ବିଜେପି ହୋଇପାରେ ମେଣ୍ଟ, ୧୫ ବର୍ଷ ପରେ ଏକାଠି ହେବା ନେଇ ଚର୍ଚ୍ଚା

ଭୁବନେଶ୍ବର: ହୋଇପାରେ କି ମହାମେଣ୍ଟ । ୧୫ ବର୍ଷ ପରେ ପୁଣି ଏକାଠି ହେବେ କି ବିଜେପି-ବିଜେଡି । ଏବେ ଏମିତି କିଛି ଚର୍ଚ୍ଚା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ଉଭୟ ଦଳ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିବା ବେଳେ ଏହି ଚର୍ଚ୍ଚା ସତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ୩ ଦିନ ତଳେ ବିଜେପି ରାଜ୍ୟ ସଭାପତି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ । ମାତ୍ର ଆଜିର ରାଜନୀତିକ ଗତିବିଧି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ଆଜି ବିଜେପି ନେତାମାନଙ୍କୁ ଦିଲ୍ଲୀ ଡକାଯାଇଥିବା ବେଳେ ବିଜେଡି ନେତାମାନଙ୍କୁ ବନୀନ ନିବାସ ଡକାଯାଇଥିଲା । ଏବେ ବିଜେଡି ନିବାସରେ ଚାଲିଛି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ଣ ୫ଟାରେ ଦିଲ୍ଲୀରେ ବସିବ ରାଜ୍ୟ ବିଜେପି ନେତାଙ୍କୁ ନେଇ କେନ୍ଦ୍ର ନେତୃତ୍ବରେ ବୈଠକ । ଲୋକସଭା ନିର୍ବାଚନୀ ରଣନୀତି ପ୍ରସଙ୍ଗରେ ଉଭୟ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ମାନସ ମନ୍ଥନ ହେବା ନେଇ ଚର୍ଚ୍ଚା ହେଉଛି ।

୧୫ ବର୍ଷ ତଳେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲା ବିଜେଡି । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିଲା । ୧୯୯୮ରୁ ଆରମ୍ଭ ହୋଇଥିବା ମେଣ୍ଟ ୧୧ ବର୍ଷ ପରେ ଭାଙ୍ଗିଥିଲା । ମେଣ୍ଟ ଭାଙ୍ଗିବା ପୂର୍ବରୁ ଉଭୟ ଦଳ ୨ଥର ମିଳିତ ସରକାର କରିଥିଲେ ।

ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୈତିକ ଦଳୀୟ ସମାବେଶରେ ଯୋଗ ଦେଇ ରାଜ୍ୟ ବିଜେପି ବିଜେପି ଶିବରକୁ ଉତ୍ସାହିତ କରିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସବୁ ବକ୍ତବ୍ୟ ରଖିଛନ୍ତି ସେଥିରେ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିବା ବେଳେ ଶାସକ ଦଳ ବିଜେଡି କୌଣସି ସମାଲୋଚନା କରିନାହାଁନ୍ତି । ମୋଦୀଙ୍କ ଚଣ୍ଡିଖୋଲ ସଭାରେ ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ ସେ ବିଜେଡିକୁ ଅସନ୍ତୋଷ କରିବାକୁ ଚାହୁଁନାହାନ୍ତି। ଅର୍ଥାତ ତାଙ୍କ ବନ୍ଧୁ ତାଲିକାରେ ନବୀନ ପଟ୍ଟନାୟକ ଏବଂ ତାଙ୍କ ଦଳ ରହୁ ବୋଲି ସେ ଚାହୁଁଛନ୍ତି। ତେଣୁ ଓଡିଶାରେ ବିଜେପି ବିରୋଧୀ ଦଳରେ ଥିଲେ ମଧ୍ୟ ବିଜେଡି ବିରୋଧରେ ପଦୁଟିଏ ବି କହି ନାହାନ୍ତି ମୋଦୀ। ତେଣୁ ଆସନ ବୁଝାମଣା ହୋଇପାରେ ବା ଅଘୋଷିତ ମେଣ୍ଟର ଧାରା ଜାରି ରହିପାରେ।

Leave A Reply

Your email address will not be published.